
ମାଲକାନଗିରି,ଓଡିଶା ଜୀବିକା ମିଶନ ଏବଂ ଓରମାସ ର ମିଳିତ ଉଦ୍ୟମରେ ଡ଼ି ଡ଼ି ୟୁ -ଜିକେୱାଇ ଦ୍ୱାରା ବେକାର ଯୁବକ ଯୁବତୀ ଙ୍କୁ ନେଇ ଏକ ଦିନିଆ ବ୍ଲକ ସ୍ତରୀୟ ନିଯୁକ୍ତିମେଳା କାଲିମେଳା ବ୍ଲକ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି!ଅନୁଷ୍ଠିତ ସଭା ରେ ବ୍ଲକ ଅଧ୍ୟକ୍ଷ ମାଲା ମାଢି, ଗୋଷ୍ଠୀ ଉନୟନ୍ନ ଅଧିକାରୀ ଉମାଶଙ୍କର ଦଳେଇ, ଓଡିଶା ଜୀବିକା ମିଶନ ଜିଲ୍ଲା ଡିପିଏମ ପବିତ୍ର ମୋହନ ବାରା, ସିଡିପିଓ ସନ୍ଧ୍ୟାରାଣୀ ନାୟକ, ଡ଼ି ଡ଼ି ୟୁ -ଜିକେୱାଇ ଜିଲ୍ଲା ସଂଯୋଜକ ଜିତେନ୍ଦ୍ର ପାତ୍ର,ଓଡିଶା ଜୀବିକା ମିଶନ ବ୍ଲକ ସଂଯୋଜକ ରୋଜାଲିନ ଦାସ, କାଲିମେଳା ଭାରତୀୟ ଷ୍ଟେଟବ୍ୟାଙ୍କ ପରିଚାଳକ କଙ୍କଣ କୁମାର ବିଶ୍ୱାସ ପ୍ରମୁଖ ଉପସ୍ଥିତ ଥିଲେ!ଏଠାରେ ଚାରଟି ସଂସ୍ଥା ପକ୍ଷରୁ ଷ୍ଟଲ କରାଯାଇଥିଲା!ବ୍ଲକ ର ବିଭିନ୍ନ ପଞ୍ଚାୟତରୁ ୩୫0ଜଣ ବେକାର ଯୁବକ ଯୁବତୀ ଯୋଗ ଦେଇଥିଲେ!ସେମାନଙ୍କ ମଧ୍ୟରୁ ୧ ୨ 0ଜଣକୁ ବିଭିନ୍ନ ସଂସ୍ଥାରେ ତାଲିମ ନେବା ପାଇଁ ପଞ୍ଜିକରଣ କରାଯାଇଥିଲା!
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO