 
                
ମହାରାଷ୍ଟ୍ରରେ   ଗତ ୨୪ ଘଂଟାରେ ୧୫,୮୧୭ କରୋନାର ନୂଆ ମାମଲା 
 ମୁମ୍ବାଇ ,ମହାରାଷ୍ଟ୍ରରେ   ଗତ ୨୪ ଘଂଟାରେ ୧୫,୮୧୭ ନୂଆ କରୋନାର ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ ୫୬   ଜଣଙ୍କର ମୃତ୍ୟୁ ଘଟିଛି । ପ୍ରଦେଶ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆ ଯାଇଛି ।ଏହା ସହିତ ରାଜ୍ୟରେ ମୋଟ  ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୨୨,୮୨,୧୯୧ ହୋଇଛି । ବର୍ତମାନ ସୁଦ୍ଧା ରାଜ୍ୟରେ କରୋନା କାରଣରୁ ୫୨,୭୨୩ ଜଣ ମୃତ୍ୟୁବରଣ କରିଛନ୍ତି ।
କେରଳରେ ଗତ ୨୪ ଘଂଟାରେ  ୧,୭୮୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ 
ତିରୁବନନ୍ତପୁରମ ,  କେରଳରେ  ଗତ ୨୪ ଘଂଟାରେ  ୧,୭୮୦  ନୂଆ କରୋନା ସଂକ୍ରମଣର  ମାମଲା ସାମନାକୁ ଆସିଛି ।  ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ  ପକ୍ଷରୁ ଏହି ସୂଚନା ଦିଆଯାଇଛି । ରାଜ୍ୟରେ ଟି ସକ୍ରିୟ  ୩୨,୧୭୪ ମାମଲା ରହିଛି ।

 
                    







