

ମାଲକାନଗିରି, କାଲିମେଳା ସଦର ପଞ୍ଚାୟତ ସ୍ଥିତ ପୁସୁଗୁଡା ଗ୍ରାମର ଆଦିବାସୀ ଯୁବକ ମୁକା ମାଡକାମୀ ଆଜକୁ ପ୍ରାୟ ୨ ବର୍ଷ ହେବ ହୃଦରୋଗରେ ଆକ୍ରାନ୍ତ ହୋଇ ଘରେ ପଡ଼ିରହିଛି!ତାର ଚିକିତ୍ସା ରେ ଅର୍ଥ ବାଧକ ସାଜିଛି !ମୁକାର ଚିକିତ୍ସା ପ୍ରଥମେ ମାଲକାନଗିରି ମେଡିକାଲ ରେ ହେବାପରେ ଦେହ ଭଲ ନହେବାରୁ ପରିବାର ଲୋକେ ଧାର ଉଦ୍ଧାର କରି ଟଙ୍କା ଯୋଗାଡ଼ କରି ତାକୁ ଭଦ୍ରାଚଳମ ମେଡିକାଲ ନେଇଥିଲେ!ସେଠାରେ ଚିକିତ୍ସା ପରେ ମଧ୍ୟ ମୁକାର ସ୍ୱାସ୍ଥ୍ୟରେ କୋଣସି ଉନ୍ନତି ନ ହେବାରୁ ଘରକୁ ନେଇଆସିଥିଲେ!ଘରେ ପଡି ରୋଗ ଯନ୍ତ୍ରଣା ରେ ଛଟପଟ ହେଉଥିବା ସମ୍ପର୍କରେ କାଲିମେଳା ର ଯୁବ ତହସିଲଦାର ଆଲୋକ କୁମାର ଅନୁଗୁଳିଆ ଜାଣିବାପରେ ତାର ଚିକିତ୍ସା ପାଇଁ ସହଯୋଗର ହାତ ବଢ଼ାଇଛନ୍ତି!ତହସିଲଦାର ମୁକା ଙ୍କ ଘରକୁ ଯାଇ ସୁବିଧା ଅସୁବିଧା ବିଷୟରେ ପଚାରି ବୁଝିବା ସହ ପରିବାର ଲୋକଙ୍କ ସହ ଆଲୋଚନା କରି ତାର ଚିକିତ୍ସା ପାଇଁ ସମସ୍ତ ପ୍ରକାର ସହଯୋଗ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି!