
ମାଲକାନଗିରି, ମାଲକାନଗିରି ଜିଲ୍ଲା କାଲିମେଲା ବ୍ଲକ ଅନ୍ତର୍ଗତ ମାଲାବରମ ପଞ୍ଚାୟତ ଏମ୍. ଭି-୮୮ ଗ୍ରାମରେ ବିଏ ସଫ ୭ ୬ ବାଟାଲିଆନ ତରଫରୁ ଜନସମ୍ପର୍କ ଶିବିର କାର୍ଯ୍ୟକ୍ରମ ପାଳନ ହୋଇଯାଇ ଛି l ଜନସାଧାରଣ ଏବଂ ପୋଲିସ ପ୍ରଶାସନ ମଧ୍ୟରେ ସୁସମ୍ପର୍କ ପ୍ରତିଷ୍ଠା ଲକ୍ଷରେ ଏହା ପ୍ରତ୍ୟେକ ବର୍ଷ ଆୟୋଜନ ହୋଇଥାଏ l ଏହି କାର୍ଯ୍ୟକ୍ରମ ଡ଼ଃ:ଆମ୍ବେଦକର ଉଚ୍ଚ ବିଦ୍ୟାଳୟ ଠାରେ ହୋଇଥିଲା! ସ୍କୁଲ ର ଛାତ୍ର, ଛାତ୍ରୀ ଙ୍କୁ ବହି ଖାତା, କଲମ ଓ ବ୍ୟାଗ ବିଭିନ୍ନ ପ୍ରକାର ଖେଳ ସାମଗ୍ରୀ ଦେଇ ପିଲାଙ୍କୁ ଉତ୍ସାହିତ କରାଯାଇଥିଲା l ପ୍ରାୟ ୧ 00 ରୁ ଉର୍ଦ୍ଧ୍ବ ଛାତ୍ର, ଛାତ୍ରୀ ଙ୍କୁ ପାଠ୍ୟ ଉପକରଣ ବଣ୍ଠନ କରିଥିଲେ l ବି. ଏସ. ଫ.ଆସିଷ୍ଟାଣ୍ଟ କମାଣ୍ଡର ଇଂମାମୁଲ ହକ ଙ୍କ ନେତୃତ୍ୱରେ ଓ ପ୍ରଧାନ ଶିକ୍ଷକ ଅଶୋକ କୁମାର ପରିଡା ସହଯୋଗରେ ଏହି କାର୍ଯ୍ୟକ୍ରମ ହୋଇଥିଲା l ଏହି ଭଳି ଜନ ସମ୍ପର୍କ ଶିବିର କାର୍ଯ୍ୟକ୍ରମ ସକାଶେ ବି. ଏସ. ଏଫ ଆସିଷ୍ଟାଣ୍ଟ କମଣ୍ଡାର ଙ୍କୁ ଛାତ୍ର, ଛାତ୍ରୀ,ପ୍ରଧାନ ଶିକ୍ଷକ, ଓ ଗ୍ରାମବାସୀ ଧନ୍ୟବାଦ ଜଣାଇଥିଲେ!
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO