
ପୁରୀ, ଶ୍ରୀକ୍ଷେତ୍ରରେ ଆଜି ସକାଳେ ଆୟୋଜିତ ବଡ଼ଦାଣ୍ଡ ସଫେଇ କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଯୋଗଦେଇ ବଡ଼ଦାଣ୍ଡକୁ ପ୍ରତ୍ୟେହ ସଫାସୁତରା ରଖିବା ପାଇଁ ଉପସ୍ଥିତ ଜନସାଧାରଣ ଓ ବିଭାଗୀୟ କର୍ମଚାରୀଙ୍କୁ ପରାମର୍ଶ ଦେଇଥିଲେ । ଏହି ପରିପ୍ରେକ୍ଷୀରେ ବଡ଼ଦାଣ୍ଡର ୫ଟି ଜୋନ୍ ରେ ସଫେଇ କାର୍ଯ୍ୟକ୍ରମ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସକାଳ ସାଢ଼େ ୬ଟା ଠାରୁ ସାଢ଼େ ୮ଟା ପର୍ଯ୍ୟନ୍ତ ଏହି ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସମର୍ଥ ବର୍ମା, ଉପଜିଲ୍ଲାପାଳ ଭବତାରଣ ସାହୁ ଓ ଅନ୍ୟାନ୍ୟ ଅଧିକାରୀମାନେ ଯୋଗ ଦେଇଥିଲେ ।