
ପଟ୍ଟାମୁଣ୍ଡାଇ, ନାବାର୍ଡ ଅନୁଦାନରେ ରାଜ୍ୟ ସରକାର ପଟ୍ଟାମୁଣ୍ଡାଇ – ରାଜନଗର ଉତିକଣ ବନ୍ୟା ନିରୋଧକ ବନ୍ଧ ପାର୍ଶ୍ଵରେ ଆଡିବନ୍ଧ ନିର୍ମାଣ କରୁଛନ୍ତି । ପ୍ରାୟ ୧୭ କୋଟି ଟଙ୍କା ଉର୍ଦ୍ଧ୍ବ ବ୍ୟୟ ଅଟକଳରେ ନିର୍ମାଣ କାର୍ଯ୍ୟ ଚାଲିଥିବା ଏହି ଆଡି ବନ୍ଧ ନିର୍ମାଣ କାର୍ଯ୍ୟରେ ଆରମ୍ଭରୁ ବ୍ୟାପକ ଅନିୟମିତତା ଲାଗି ରହିଥିବା ବେଳେ ଏବେ ପୁଣି ଆଉ ଏକ ଅନିୟମିତତା ଲୋକଲୋଚନକୁ ଆସିଛି ।ଏଥିନେଇ ସ୍ଥାନୀୟ ଅଞ୍ଚଳର ଜନସାଧାରଣଙ୍କ ପକ୍ଷରୁ ଅଭିଯୋଗ ଉଠିଥିଲେ ମଧ୍ୟ ଏହି କାର୍ଯ୍ୟର ତଦାରଖ କରୁଥିବା ଜଳ ସମ୍ପଦ ବିଭାଗର କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗୁନାହିଁ ।
ଆଡିବନ୍ଧ ନିର୍ମାଣ ପାଇଁ ଅଳଭା ବ୍ରାହ୍ମଣୀ ନଦୀ ପଠାରୁ ବ୍ୟାପକ ଭାବେ ମାଟି ଉଠାଣ ହେଉଥିବା ନେଇ ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ ପ୍ରଶାସନ ପକ୍ଷରୁ ବେଆଇନ ମାଟି ଉଠାଣକୁ ବନ୍ଦ କରି ଦିଆଯାଇଥିଲା । ପୂର୍ବରୁ ମଧ୍ୟ ଏଠାରୁ ମାଟି ଉଠାଣ ଉପରେ ଏନଜିଟି ରୋକ୍ ଲଗାଇଥିଲେ । ଆଡିବନ୍ଧ ନିର୍ମାଣ କରୁଥିବା ଠିକାସଂସ୍ଥା ଓ ମାଟିମାଫିଆଙ୍କ ଦୃଷ୍ଟି ଅନ୍ୟତ୍ର ପଡିଥିଲା । ମାଗଣାରେ ସରକାରୀ ଜାଗାରୁ ମାଟି ଉଠାଇ ଆଡିବନ୍ଧରେ ପକାଇ ବିଲ୍ କରି ମାଲେମାଲ୍ ହେବା ନିଶାରେ ଥିବା ଠିକାଦାରଙ୍କ ମାଟିମାଫିଆ ଓ ଜଳସମ୍ପଦ ବିଭାଗ କର୍ତ୍ତୃପକ୍ଷଙ୍କ ସହିତ ମଧୁଚନ୍ଦ୍ରିକା ଚାଲିଛି । ଏବେ ମାଳିପୁର – ଉଦପୁର ନିକଟ ବ୍ରାହ୍ମଣୀ ନଦୀ ପାଟ ନାଳିବନ୍ଧ, ଜମି ଓ ପାଟନାଳି ମଧ୍ୟରୁ ଶହଶହ ଟ୍ରିପ୍ ମାଟି ଓ ପଙ୍କ ଉଠାଣ ଚାଲିଛି । ଏନଜିଟି ମାଟି ଖୋଳିବା ଉପରେ କଟକଣା ଜାରି କରିଥିଲେ ମଧ୍ୟ ଏହାକୁ ବେଖାତିର୍ କରି ଅହରହ ମାଳିପୁର ଛକ ନିକଟ ମାଳିପୁର-ଉଦୟପୁର ବ୍ରାହ୍ମଣୀ ପାଟନାଳୀ ବନ୍ଧ, ପାଟନାଳୀ ଓ ଜମିରୁ ଜେସିବିରେ ଖୋଳି ହାଇଓ୍ବାରେ ଶହ ଶହ ଟ୍ରିପ୍ ମାଟି ଉଠାଇ ନେଉଥିବା ସ୍ଥାନୀୟ ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO