ଆଡିବନ୍ଧ ନିର୍ମାଣ ପାଇଁ ଅଳଭା ବ୍ରାହ୍ମଣୀ ନଦୀ ପଠାରୁ ବ୍ୟାପକ ଭାବେ ମାଟି ଉଠାଣ ହେଉଥିବା ନେଇ ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ ପ୍ରଶାସନ ପକ୍ଷରୁ ବେଆଇନ ମାଟି ଉଠାଣକୁ ବନ୍ଦ କରି ଦିଆଯାଇଥିଲା । ପୂର୍ବରୁ ମଧ୍ୟ ଏଠାରୁ ମାଟି ଉଠାଣ ଉପରେ ଏନଜିଟି ରୋକ୍ ଲଗାଇଥିଲେ । ଆଡିବନ୍ଧ ନିର୍ମାଣ କରୁଥିବା ଠିକାସଂସ୍ଥା ଓ ମାଟିମାଫିଆଙ୍କ ଦୃଷ୍ଟି ଅନ୍ୟତ୍ର ପଡିଥିଲା । ମାଗଣାରେ ସରକାରୀ ଜାଗାରୁ ମାଟି ଉଠାଇ ଆଡିବନ୍ଧରେ ପକାଇ ବିଲ୍ କରି ମାଲେମାଲ୍ ହେବା ନିଶାରେ ଥିବା ଠିକାଦାରଙ୍କ ମାଟିମାଫିଆ ଓ ଜଳସମ୍ପଦ ବିଭାଗ କର୍ତ୍ତୃପକ୍ଷଙ୍କ ସହିତ ମଧୁଚନ୍ଦ୍ରିକା ଚାଲିଛି । ଏବେ ମାଳିପୁର – ଉଦପୁର ନିକଟ ବ୍ରାହ୍ମଣୀ ନଦୀ ପାଟ ନାଳିବନ୍ଧ, ଜମି ଓ ପାଟନାଳି ମଧ୍ୟରୁ ଶହଶହ ଟ୍ରିପ୍ ମାଟି ଓ ପଙ୍କ ଉଠାଣ ଚାଲିଛି । ଏନଜିଟି ମାଟି ଖୋଳିବା ଉପରେ କଟକଣା ଜାରି କରିଥିଲେ ମଧ୍ୟ ଏହାକୁ ବେଖାତିର୍ କରି ଅହରହ ମାଳିପୁର ଛକ ନିକଟ ମାଳିପୁର-ଉଦୟପୁର ବ୍ରାହ୍ମଣୀ ପାଟନାଳୀ ବନ୍ଧ, ପାଟନାଳୀ ଓ ଜମିରୁ ଜେସିବିରେ ଖୋଳି ହାଇଓ୍ବାରେ ଶହ ଶହ ଟ୍ରିପ୍ ମାଟି ଉଠାଇ ନେଉଥିବା ସ୍ଥାନୀୟ ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି ।
Related Stories
November 24, 2024
November 24, 2024