ରାଉରକେଲା ସହର ରାଜ୍ୟର ସମସ୍ତ ସହର ଠାରୁ ରେଭିନ୍ୟୁ ଆଇନ ଅନୁସାରେ ଅଲଗା, ଏଠାରେ ସମସ୍ତ ସରକାରୀ ଜମି ଗୁଡିକର ମାଲିକ ହେଉଛନ୍ତି ଅତିରିକ୍ତ ଜିଲ୍ଲାପାଳ ରାଉରକେଲା (ରାଜସ୍ୱ ଆଇନ ଅନୁଶାରେ) ପରେ ଉପଜିଲ୍ଲାପାଳ ପାନପୋଷ ଓ ଜିଲ୍ଲାପାଳ ସୁନ୍ଦରଗଡ । ଶବ ବ୍ୟବଚ୍ଛେଦ ଗୃହ ପାଖରେ ଥିବା ୨ ଏକରରୁ ଅଧିକ ସରକାରୀ ଜମି, ଏସପି ଅଫିସ ପାଖରେ ଥିବା ଗାଙ୍ଗପୁର ହାଉସକୁ ୯୫ ଡିସମିଲ ଜମି ପଟ୍ଟା ଦିଆଜିବା ମାମଲା ସମେତ ମୁଖ୍ୟ ବଜାର ଓ ପୁରୁଣା ପୋଷ୍ଟ ଅଫିସ ଅଂଚଳ ତଥା କେତେକ ହୋଟେଲକୁ ପୂର୍ବତନ ତହସିଲଦାର ଶ୍ରୀ ସାହୁ ପଟ୍ଟା ଦେଇଥିବା ବିଷୟ ଆଲୋଚାନା ଭିତରେ ରହିଛି । ଏହା ଭିତରେ ଏସବୁକୁ ନେଇ ଆରଡିସି ସ୍ତରୀୟ ତଦନ୍ତ ଆରମ୍ଭ ହୋଇଛି ବୋଲି କୁହାଯାଉଥିଲେ ବି କେଉଁ ସବୁ ଜମିକୁ ନେଇ ତଦନ୍ତ ଚାଲିଛି ତାହା ଷ୍ପଷ୍ଟ ହୋଇନାହିଁ । ତେବେ ସବୁଠୁ ବଡ କଥା ହେଲା, ଜଣେ ତହସିଲଦାରଙ୍କର ରାଉରକେଲା ମହାନଗର ଅଂଚଳରେ ଏଭଳି ସରକାରୀ ଜମି ଗୁଡିକୁ କାହା ନାମରେ ପଟ୍ଟା ଦେବାର କ୍ଷମତା ଆଦୌ ନାହିଁ । ଯଦି ସେଭଳି କିଛି ପରିସ୍ଥିତି ଆସେ ତେବେ ସେ ରାଉରକେଲା ଏଡିଏମ, ଉପଜିଲ୍ଲାପାଳ ଓ ସୁନ୍ଦରଗଡ ଜିଲ୍ଲାପାଳଙ୍କ ପରାମର୍ଶ ସମେତ ଅନୁମତି ପରେ ହିଁ ଏସବୁ କାମ କରିପାରିବେ ବୋଲି କୁହାଯାଉଛି । ତେବେ ମାନସ ବାବୁଙ୍କ ଭଳି ଜଣେ ମେଧାବୀ ଛାତ୍ର ଯିଏ କି ତାଙ୍କ ପାଠ ପଢା ସମୟରେ କେବଳ ଟପ୍ପର ଭେବେ ପରିଚିତ । ଚାକରୀ ଜୀବନ ଆରମ୍ଭ କରିଥିଲେ ଏସବିଆଇରୁ, ପରେ ଓଏଏସ, ତାପରେ ୟୁପିଏସସି ପାଇଥିଲେ । ସେଭଳି ଜଣେ ଜାଣିବା ଶୁଣିବା ଅଧିକାରୀ କେବେ ହେଲେ ଏଭଳି ଭୁଲ୍ କାମ କରି କାହାକୁ କିଛି ନପଚାରି ସିଧା ସଳଖ ଏହି ସବୁ ଜମିଗୁଡିକୁ ପଟ୍ଟା କରିଦେବା, ତାହା ଜାଣିବା ଶୁଣିବା ମହଲରେ ଗ୍ରହଣୀୟ ହୋଇ ନାହିଁ । କୁହାଯାଉଛି ଏସବୁ ଜମି କାରବାର ପୂର୍ବରୁ ସେ ଜିଲ୍ଲାର ୩ ଅଧିକାରୀଙ୍କ ଅନୁମତି ନେବା ପରେ ରଘୁନାଥପାଲ୍ଲୀ ଆରଆଇ, ପାନପୋଷ ଆରଆଇ, ରେକର୍ଡ ରୁମ୍ ଇନଚାର୍ଜ, ଡିଲିଂଗ ଆସିଷ୍ଟାଂଟ,ରେକର୍ଡ କିପର, ଡାଟା ଏଂଟ୍ରି ଅପରେଟର, ଅମିନ ପ୍ରଭୃତଙ୍କ ସହ ମିଶି ଏସବୁ କାମ କରିବା କଥା । ତେବେ ସରକାରୀ ଜମିର ସୁରକ୍ଷା କବଚ ମାନଙ୍କୁ ଛାଡି ଏତେ ବଡ ଘୋଟାଲା କିଭଳି କରିଦେଲେ ସେ ନେଇ ଏବେ ଜାଣିବା ଶୁଣିବା ମହଲରେ ଚାଲିଛି ଚର୍ଚ୍ଚା । ପ୍ରତି ସରକାରୀ ଜମିର ଭଲ ମନ୍ଦ ଲାଗି ଏମାନେ ହିଁ ଦାୟୀ ରହିବା କଥା । ଯଦି ଏହାକୁ ନେଇ ଆରଡିସି ତଦନ୍ତ ଚାଲିଛି ତେବେ ଶ୍ରୀ ସାହୁ ମୁହଁ ଖୋଲିବା ପରେ ଏମାନଙ୍କ ଭିତରୁ ଅନେକ ଏହି ମାମଲାରେ ତଦନ୍ତ ପରିସରଭୁକ୍ତ ହେବା ସହ ବହୁ ଗୁଢ଼ ରହସ୍ୟ ପଦାରେ ପଡିବ ବୋଲି ଆଲୋଚନା ଚାଲିଛି । ତା ଛଡା ଏତେ ବଡ ସରକାରୀ ଜମି ହରିଲୁଟ୍ ମାମଲାରେ ଯେଉଁଭଳି ତତ୍ପରତା ସରକାରୀ ସ୍ତରରେ ପ୍ରକାଶ ପାଇବା କଥା ତାହା ମଧ୍ୟ ଦେଖା ଯାଉନାହିଁ । ପରଦା ଉହାଡରେ କେଉଁ ବାବୁ ମାନେ ରହିଛନ୍ତି ତାହା ଏବେ ଆଲୋଚନାର ବିଷୟ ବସ୍ତୁ ହୋଇଛି । ତେଣୁ ଏଥିରେ ବହୁ ବଡ ବଡ ମାଛ ମାନଙ୍କ ଖେଳ ଲୁଚିରହିଛି ବୋଲି ଆଲୋଚନା ଚାଲିଛି । ନିକଟରେ ଆଲୋଚନା ହେଲା ଶ୍ରୀ ସାହୁ ୟୁପିଏସସି ପାଇଁ ଯାଇଥିବା ତାଲିମରୁ ଫେରି ଆସିଛନ୍ତି । ତାପରେ ଆଲୋଚନା ହେଲା ତାଙ୍କର ଇସ୍ତଫା ପତ୍ର ସରକାର ଗ୍ରହଣ କଲେ ନାହିଁ ଓ ତାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରୀ ହୋଇଛି । କିନ୍ତୁ, ଏନେଇ କୌଣସି ଠୋସ ପ୍ରମାଣ ମିଳିନାହିଁ ଓ ପୁର୍ବତନ ହସିଲଦାର ସାହୁ ବାବୁ ଏଯାଏଁ ମଧ୍ୟ ମୁହଁ ଖୋଲି ନାହାନ୍ତି । ତାଙ୍କର ପୁରୁଣା ମୋବାଇଲ ନମ୍ବରରେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ଯୋଗାଯୋଗ ସମ୍ଭବ ହୋଇନାହିଁ ।
Related Stories
November 24, 2024
November 24, 2024