

ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ସୁନ୍ଦରଗଡ ଜିଲ୍ଲାରେ ସବୁଠାରୁ ଅଧିକ ୧୦ ଜଣ କରୋନା ସଂକ୍ରମିତ ହୋଇଥିବା ଜଣା ପଡିଛି ।ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲାରେ ୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ବାଲେଶ୍ୱର ଜିଲ୍ଲାରେ ୧ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବରଗଡ ଜିଲ୍ଲାରେ ୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଭଦ୍ରକ ଜିଲ୍ଲାରେ ଜଣେ ହେଲେ ସଂକ୍ରମିତ ଚିହ୍ନଟ ହୋଇ ନ ଥିବା ବେଳେ୍ ବଲାଙ୍ଗୀର ଜିଲ୍ଲାରେ ୨ ଜଣ ତଥା ବୌଦ୍ଧ ଜିଲ୍ଲାରେ ଜଣେ ହେଲେ କରୋନା ସଂକ୍ରମିତ ଚିହ୍ନଟ ହୋଇ ନାହାନ୍ତି । କଟକ ଜିଲ୍ଲାରୁ ୭ ଓ ଦେବଗଡ ଜିଲ୍ଲାର ୨ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଢେଙ୍କାନାଳ ଜିଲ୍ଲାରେ ୧, ଗଜପତି ଜିଲ୍ଲାରେ ୪ ତଥା ଗଂଜାମ ଜିଲ୍ଲାରେ ୧ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଜଗତସିଂହପୁର ଜିଲ୍ଲାରୁ ଜଣେ ହେଲେ ସଂକ୍ରମିତ ଚିହ୍ନଟ ହୋଇ ନାହାନ୍ତି । ଯାଜପୁରରୁ ୫ ଜଣ, ଝାରସୁଗୁଡ଼ାରୁ ô୨ ଜଣ ଚିହ୍ନଟ ହୋଇଥିବା ବେଳେ କଳାହାଣ୍ଡି ଜିଲ୍ଲାରୁ ଜିଲ୍ଲାରୁ ୩ ସଂକ୍ରମିତ ଚିହ୍ନଟ ହୋଇ ଛନ୍ତି । କନ୍ଧମାଳ, କେନ୍ଦ୍ରାପଡା ଓ କେନ୍ଦୁଝର ଜିଲ୍ଲାରୁ ଜଣେ ହେଲେ ସଂକ୍ରମିତ ଚିହ୍ନଟ ହୋଇ ନାହାନ୍ତି । ଖୋର୍ଦ୍ଧାରୁ ୭ ଜଣ ଚିହ୍ନଟ ହୋଇଥିବା ବେଳେ କୋରାପୁଟ ଓ ମାଲକାନଗିରି ରୁ ଜଣେ ହେଲେ ସଂକ୍ରମିତ ଚିହ୍ନଟ ହୋଇ ନାହାନ୍ତି । ମୟୁରଭଂଜ ଜିଲ୍ଲାରୁ ୮ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ନବରଙ୍ଗପୁର ନୟାଗଡ ଓ ନୂଆପଡା ଓ ପୁରୀ ଜିଲ୍ଲାରୁ ଜଣେ ହେଲେ ସଂକ୍ରମିତ ଚିହ୍ନଟ ହୋଇ ନାହାନ୍ତି । ରାୟଗଡା ଜିଲ୍ଲାରେ ୧ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସମ୍ବଲପୁରରୁ ୨ ଜଣ ଚିହ୍ନଟ ହୋଇଥିବା ବେଳେ ସୋନପୁର ଜିଲ୍ଲାରେ ଜଣେ ହେଲେ ଚିହ୍ନଟ ହୋଇ ନାହାନ୍ତି । ସୁନ୍ଦରଗଡ଼ରୁ ୧୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଷ୍ଟେଟ୍ପୁଲ୍ରୁ ୨ ସଂକ୍ରମିତ ଚିହ୍ନଟ ହୋଇ ଛନ୍ତି ।
କୋବିଡ ଗାଇଡଲାଇନ ନିୟମ ଉଲ୍ଲଂଘନ ମାମଲାରେ ୮ ଗିରଫ, ୭୧୨ ବାହନ ଜବତ
ଭୁବନେଶ୍ୱର, ରାଜ୍ୟରେ କୋବିଡ ଗାଇଡଲାଇନ ନିୟମ ଉଲ୍ଲଂଘନ ଅଭିଯୋଗରେ ଓଡିଶା ପୋଲିସ ଗତ ୨୪ ଘଂଟାରେ ୮ ଜଣଙ୍କୁ ଗିରଫ ଜବତ କରା ଯାଇଛି । ୭୧୨ ବାହନକୁ ଜବତ କରା ଯାଇଛି । ଏହି ସମୟ ମଧ୍ୟରେ ୨୦,୬୨,୪୦୦ ଟଙ୍କା ଜୋରିମାନା ଆଦାୟ କରା ଯାଇଥିବା ରାଜ୍ୟ ପୋଲିସ ଦ୍ୱାରା ଟ୍ୱିଟ କରି ସୂଚନା ଦିଆ ଯାଇଛି ।