
ଗଞ୍ଜାମ,ରାଜ୍ୟ ସ୍ତରିୟ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତାରେ ଗଞ୍ଜାମ ଜିଲ୍ଲାରୁ ୧୪ ଜଣ ପ୍ରତିଯୋଗୀ ଭାଗ ନେଇଛନ୍ତି । ଆଜି ଠାରୁ ଦୁଇ ଦିନ ଧରି ଭୁବନେଶ୍ୱର ସ୍ଥିତ ଲିଙ୍ଗରାଜ ମନ୍ଦିର ନିକଟ କୋରାପୁଟ ଭବନ ଠାରେ ରାସ୍ତରିୟ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା (ମିଷ୍ଟର ଓଡ଼ିଶା-୨୦୨୧) ଅନୁଷ୍ଠିତ ହେଉଛି । ଏଥିରେ ଅଂଶଗ୍ରହଣ ପାଇଁ ଗଞ୍ଜାମ ଜିଲ୍ଲାର ୧୪ ଜଣିଆ ସଦସ୍ୟ ଯୋଗ ଦେଇଛନ୍ତି । କୋଭିଡ଼୍ କଟକଣାକୁ ଦୃଷ୍ଟିରେ ରଖି ସବୁ ଥର ଭଳି ଏଥର ଗଞ୍ଜାମ ଜିଲ୍ଲା ଆମେଚର୍ ବଡ଼ି ବିଲ୍ଡିଂ ସଂଘ ପକ୍ଷରୁ ଜିଲ୍ଲା ସ୍ତରିୟ ପ୍ରତିଯୋଗିତା ଆୟୋଜନ କରାଯାଇଛି । ତେବେ ରାଜ୍ୟ ସ୍ତରିୟ ପ୍ରତିଯୋଗେିତା ପାଇଁ ଗତ ୨୮ ତାରିଖରେ ବ୍ରହ୍ମପୁର ସହର ଖାସପା ସାହି ସ୍ଥିତ ବୀର ହନୁମାନ କ୍ଲବ ପରିସରରେ ଏକ ଚୟନ ଶିବିର ଅନୁଷ୍ଠିତ ହୋଇଥିଲା । ଆନ୍ତର୍ଜାତୀକ ବିଚାରକ ବି. ଭେନୁଗୋପାଳ ରାଓ, ଜାତୀୟ ବିଚାରକ ସୋମନାଥ ନନ୍ଦ, ଉମାଚରଣ ଶତପଥି, ନାରାୟଣ ସାହୁ ପ୍ରମୁଖ ବିଚାରକ ଦାୟୀତ୍ୱ ତୁଲାଇଥିଲେ । ବିଭିନ୍ନ ବର୍ଗରେ ରାଜ୍ୟ ସ୍ତରିୟ ପ୍ରତିନିଧିତ୍ୱ କରିବା ପାଇଁ ମୋଟ୍ ୧୪ ଜଣ ପ୍ରତିଯୋଗୀ ମନୋନୀତ ହୋଇଥିଲେ । ସେମାନେ ହେଲେ ରିଙ୍କୁ ନାୟକ, ରାଜେଶ ପଣ୍ଡା, ଆଦିତ୍ୟ ଦାସ, ମେଘନାଦ ବେହେରା, ରଶ୍ମିରଞ୍ଜନ ବେହେରା, ଜ୍ୟୋତିରଞ୍ଜନ ପ୍ରଧାନ, ସତ୍ୟ ନାରାୟଣ ସାହୁ, ବିକାଶ ଚନ୍ଦ୍ର ବେହେରା, ଜଲାଲ ଖାନ, ଜିତେନ୍ଦ୍ର କୁମାର ପଲେଇ, ପ୍ରାଣକୃଷ୍ଣ ସାହୁ, ଚନ୍ଦନ କୁମାର ସାହୁ, ବାଳକୃଷ୍ଣ ବିଶ୍ୱାଳ । ସେମାନେ ଆଜି ଭୁବନେଶ୍ୱର ଯାଇ ପ୍ରତିଯୋଗିତାରେ ଭାଗ ନେଇଥିବା ଜଣାପଡିଛି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO