
କୋରାପୁଟ,ପୃଥକ୍ ପୃଥକ୍ ସ୍ଥାନରେ ଚଢ଼ଉ ବେଳେ କୋଟିଏରୁ ଉର୍ଦ୍ଧ୍ୱ ମୂଲ୍ୟର ଗଞ୍ଜେଇ ଜବତ ହୋଇଛି । କୁନ୍ଦୁଲି ଓ ପଟାଙ୍ଗିରୁ ବିହାର ଚାଲାଣ ବେଳେ ପୋଲିସ ହାତରେ ଏହି ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଛି । ଅଦା ଟ୍ରକ୍ ରେ ଏହି ଗଞ୍ଜେଇ କୁନ୍ଦୁଲିରୁ ବିହାର ଚାଲାଣ ବେଳେ ଲାଣ୍ଡିଗୁଡ଼ା ଛକରେ ପୋଲିସ ଚଢ଼ଉ କରି ୧୭୫୨ କେଜି ଗଞ୍ଜେଇ ଜବତ କରିଛି । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୭୫ ଲକ୍ଷ । ଘଟଣାରେ ଟ୍ରକ୍ କୁ ଏସ୍କର୍ଟରେ ନେଉଥିବା ଦୁଇଟି କାର୍ ଓ ବାଇକ୍ ମଧ୍ୟ ଜବତ ହୋଇଛି । ଘଟଣାରେ ପୋଲିସ ୮ ଜଣଙ୍କୁ ଗିରଫ କରିଛି ।
ଅନୁରୂପ ଭାବେ ପିଚୁ ଟ୍ୟାଙ୍କର ଯୋଗ ପଟାଙ୍ଗୀରୁ ବିହାର ଗଞ୍ଜେଇ ଚୋରାଚାଲାଣ ବେଳେ ପୋଲିସ ହାତରେ ଧରାପଡିଛି । କୁଟୁଗାଁ ଛକରେ ସେମିଳିଗୁଡ଼ା ଥାନା ପୋଲିସ ଟ୍ରକ୍ ଅଟକାଇ ଯାଂଚ୍ ବେଳେ ସମ୍ପୂର୍ଣ୍ଣ ଘଟଣା ସାମ୍ନାକୁ ଆସିଥିଲା । ସେଠାରେ ଟ୍ୟାଙ୍କରଟିକୁ ଯାଂଚ୍ ବେଳେ ଏହା ମଧ୍ୟରୁ ୬୭୫ କେଜି ଗଞ୍ଜେଇ ଜବତ ହୋଇଛି । ଯାହାର ଆନୁମାନିକ ମୂଲ୍ୟ ୩୪ ଲକ୍ଷ ହେବ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO