
କଟକ, ଏସସିବି ମେଡ଼ିକାଲ ସମ୍ପ୍ରସାରଣ ପାଇଁ ପିଲଗ୍ରୀମ୍ ରୋଡରେ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦ କରାଯାଇଛି । ଆଜି ପ୍ରାୟ ୨୦ରୁ ଉର୍ଦ୍ଧ୍ୱ ଦୋକାନ ଗୃହ ଓ ଘର ଉଚ୍ଛେଦ କରାଯାଇଛି । ଏହି ଉଚ୍ଛେଦ କାର୍ଯ୍ୟ ଶେଷ ପର୍ଯ୍ୟନ୍ତ ଜାରୀ ରହିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂତ୍ରରୁ ସୂଚନା ମିଳିଛି । ଆଜି ସକାଳ ସାଢ଼େ ୧୦ଟା ଠାରୁ ଏହି ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଥିଲା । ଏଥିରେ ୨ଟି ବୁଲଡୋଜର ବ୍ୟବହାର କରାଯାଇଥିଲା । ଘଟଣାସ୍ଥଳରେ ସିଏମସି କର୍ତୃପକ୍ଷ, ସିଡ଼ିଏ କର୍ତୃପକ୍ଷ ଓ ଆଇନ ଶୃଙ୍ଖଳା ରକ୍ଷ। ପାଇଁ ଦୁଇ ପ୍ଲାଟୁନ୍ ରୁ ଉର୍ଦ୍ଧ୍ୱ ପୋଲିସ ଫୋର୍ସ ଉପସ୍ଥିତ ଥିଲେ । ଅପରାହ୍ନ ଗୋଟାଏ ସୁଦ୍ଧା ଉଚ୍ଛେଦ କାର୍ଯ୍ୟ ଶେଷ ହାେଇଥିଲା ।