
ପୁରୀ, ପୁରୀ ଲୋକନାଥ ପୀଠରେ ମହାଶିବରାତ୍ରୀ ଜାଗର ପାଳିତ ହେଉଛି । ଏହି ଉପଲକ୍ଷେ ଭକ୍ତ ମାନେ ବ୍ୟାରିକେଡ୍ ଦେଇ ଧାଡ଼ିରେ ଯାଇ ବାବା ଲୋକନାଙ୍କୁ ଦର୍ଶନ କରି ଫେରୁଛନ୍ତି । ଭକ୍ତ ମାନେ ମନ୍ଦିରରେ ଦୀପ ଜାଳିବାକୁ ପ୍ରଶାସନ ପକ୍ଷରୁ କଟକଣା ଥିବାରୁ ଭକ୍ତ ମାନେ ମନ୍ଦିରରେ ଦ୍ୱୀପ ଜାଳିପାରିନାହାଁନ୍ତି । ଚଳିତ ବର୍ଷ କଟକଣା ପାଇଁ ମେଳାରେ ଦୋକାନ ବଜାର ଦେଖିବାକୁ ମିଳିନାହିଁ । ଜାଗର ପଡ଼ିଆରେ ଖାଁ ଖାଁ ପରିବେଶ । କୋଭିଡ଼୍ ଗାଇଡ଼୍ ଲାଇନ୍ ମାନି ମୁହଁରେ ମାସ୍କ ପିନ୍ଧି ସାମାଜିକ ଦୂରତା ରକ୍ଷା କରି ଭକ୍ତ ମାନେ ବାବାଙ୍କ ଦର୍ଶନ କରୁଛନ୍ତି । ପାରମ୍ପରିକ ରୀତିନୀତି ମୁତାବକ ବାବା ଲୋକନାଥଙ୍କ ସମସ୍ତ ନୀତିକାନ୍ତି ଜାରୀ ରଖିଛନ୍ତି ସେବାୟତ ମାନେ । ରାତି ୯ଟାରେ ହରିହର ଭେଟ ଓ ରାତି ୧ଟା ପରେ ମହାଦ୍ୱୀପ ଉଠିବ ବୋଲି ଜଣାପଡିଛି ।
ତେବେ ଚଳିତ ଚଳିତ ପ୍ରଶାସନର କୋଭିଡ଼୍ କଟକଣା ପାଇଁ ଭକ୍ତ ମାନେ ମନ୍ଦିର ପରିସରରେ ଜାଗର ଜାଳିବାରୁ ବଂଚିତ ରହିବ । ସେବାୟତ ମାନେ ମୁହଁରେ ମାସ୍କ ପିନ୍ଧି ସାମାଜିକ ଦୂୂୂୂୂୂୂୂୂୂୂୂୂୂୂୂୂୂୂୂୂୂୂୂୂରତା ରକ୍ଷା କରି ନୀତି ସମ୍ପାଦନ କରୁଛନ୍ତି । ଆଇନ ଶୃଙ୍ଖଳା ରକ୍ଷା ନିମନ୍ତେ ସେଠାରେ ସୁରକ୍ଷା ବ୍ୟବସ୍ଥା ଜଣେ ଅତିରିକ୍ତ ଏସପି, ୫ ଜଣ ଡିଏସପି, ୧୧ ଜଣ ଇନ୍ସପେକ୍ଟର, ୪୦ ଜଣ ପୋଲିସ ଅଫିସର ୧୫ ପ୍ଲାଟୁନ ପୋଲିସ ଫୋର୍ସ ୨୦୦ ହୋମଗାର୍ଡ଼, ୧୦୦ ଜଣ କନେଷ୍ଟବଳ ନିୟୋଜିତ ରହିଛନ୍ତି । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ନିମନ୍ତେ ପୋଲିସ ଓ ମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପଦକ୍ଷେପ ହାତକୁ ନିଆଯାଇଛି ।