ଭୁବନେଶ୍ୱର : କେନ୍ଦ୍ର ରେଳ, ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀ ଶ୍ରୀ ପିୟୁଷ ଗୋୟଲ ଆଜି ନୂଆଦିଲ୍ଲୀ ଠାରୁ ଭିଡ଼ିଓ କନଫରେନସିଙ୍ଗ ମାଧ୍ୟମରେ ଭୁବନେଶ୍ୱର-ନୟାଗଡ଼ ଟାଉନ ସେବା ଏକ୍ସପ୍ରେସ ସହିତ ଦେଶର ବିଭିନ୍ନ ସ୍ଥାନରେ ସେବା ଟ୍ରେନ ଗୁଡିକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି I କେନ୍ଦ୍ର ରେଳ, ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀ ଶ୍ରୀ ପିୟୁଷ ଗୋୟଲ ଆଜି ନୂଆଦିଲ୍ଲୀ ଠାରୁ ଭିଡ଼ିଓ କନଫରେନସିଙ୍ଗ ମାଧ୍ୟମରେ ଭୁବନେଶ୍ୱର-ନୟାଗଡ଼ ଟାଉନ ସେବା ଏକ୍ସପ୍ରେସ ସହିତ ଦେଶର ବିଭିନ୍ନ ସ୍ଥାନରେ ସେବା ଟ୍ରେନ ଗୁଡିକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରାଇଛନ୍ତି I ଏହି ଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତି ଏବଂ ପୃଥିବୀ ବିଜ୍ଞାନ ମନ୍ତ୍ରୀ ଡ଼. ହର୍ଷ ବର୍ଦ୍ଧନ; କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ଏବଂ ଇସ୍ପାତ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ର ରେଳ ରାଜ୍ୟ ମନ୍ତ୍ରୀ ଶ୍ରୀ ସୁରେଶ ଅଙ୍ଗIଡ଼ି ନୂଆଦିଲ୍ଲୀ ଠାରେ ଉପସ୍ଥିତ ଥିବା ବେଳେ ଭୁବନେଶ୍ୱର ଠାରେ ରାଜ୍ୟ ସରକାରଙ୍କ ବିଜ୍ଞାନ ପ୍ରଯୁକ୍ତି, ସାର୍ବଜନିକ ଉଦ୍ୟୋଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ଶଶାସ୍ତ୍ରୀକରଣ ରାଷ୍ଟ୍ର ମନ୍ତ୍ରୀ (ସ୍ୱାଧୀନ) ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ସାଂସଦ ଶ୍ରୀ ପିନାକୀ ମିଶ୍ର ଏବଂ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ ଉପସ୍ଥିତ ଥିଲେ I
ଆଜି ଭୁବନେଶ୍ୱର ଠାରୁ ସେବା ଏକ୍ସପ୍ରେସର ଆନୁଷ୍ଠାନିକ ଭାବେ ଶୁଭାରମ୍ଭ ହୋଇଥିବା ବେଳେ ଆସନ୍ତା କଲି (୧୬ ତାରିଖ) ଠାରୁ ଏହି ଟ୍ରେନ ଏହାର ସମୟ ସାରଣୀ ଅନୁଯାଇ ଚଳାଚଳ କରିବ I ୧୮୪୨୩/୧୮୪୨୪ ଭୁବନେଶ୍ୱର-ନୟାଗଡ଼ ଟାଉନ-ଭୁବନେଶ୍ୱର ସେବା ଏକ୍ସପ୍ରେସ ପ୍ରତିଦିନ ସନ୍ଧ୍ୟା ୬ଘ.୪୦ମି.ରେ ଭୁବନେଶ୍ୱର ଠାରୁ ଛାଡି ନୟାଗଡ଼ ଟାଉନ ଠାରେ ରାତ୍ର ୮ଘ.୪୫ମି.ରେ ପହଞ୍ଚିବାକୁ ଥିବା ବେଳେ ଫେରିବା ପଥରେ ଏହା ନୟାଗଡ଼ ଟାଉନ ଠାରୁ ପ୍ରତ୍ୟହ ସକାଳ ୬ଘ.୩୦ମି.ରେ ଛାଡି ଭୁବନେଶ୍ୱର ଠାରେ ପୂର୍ବାହ୍ନ ୯ ଘଟିକାରେ ପହଞ୍ଚିବ I
ଭୁବନେଶ୍ୱର ଠାରେ ଆୟୋଜିତ ସଭାରେ ମାନନୀୟ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ସାଂସଦ ଶ୍ରୀ ପିନାକୀ ମିଶ୍ର ଓ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ ପୂର୍ବତଟ ରେଳପଥ ସହିତ ଭାରତୀୟ ରେଳବାଇର ଉଦ୍ୟମକୁ ପ୍ରଶଂସା କରିବା ସହିତ ନୟାଗଡ଼ ଠାରୁ ଭୁବନେଶ୍ୱରକୁ ସିଧାସଳଖ ଟ୍ରେନ ସଂଯୋଗ ପାଇଁ ଜନସାଧାରଣଙ୍କ ବହୁ ଦିନର ଦାବିକୁ ପୁରାଣ କରିଥିବାରୁ ରେଳବାଇକୁ ଧନ୍ୟବାଦ ଜଣାଇଥିଲେ I
ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ବିଦ୍ୟା ଭୂଷଣ ତାଙ୍କର ସ୍ୱାଗତ ଅଭିଭାଷଣରେ ଉଭୟ ଉନ୍ନୟନ କାର୍ଯ୍ୟ ଓ ଜନମଙ୍ଗଳ କାର୍ଯ୍ୟପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହଯୋଗକୁ ପ୍ରଶଂସା କରିଥିବାବେଳେ ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ଶ୍ରୀ ଶଶୀକାନ୍ତ ସିଂହ ଧନ୍ୟବାଦ ଜ୍ଞାପନ କରିଥିଲେ I