ମୁଖ୍ୟଅତିଥି ତଥା ଉଦଘାଟକ ପାକ୍ଷିକ ପତ୍ରିକା ସମଦୃଷ୍ଟିର କାର୍ଯ୍ୟନିର୍ବାହୀ ସମ୍ପାଦକ ଵିଘ୍ନେଶ୍ଵର ସାହୁ ମତବ୍ୟକ୍ତ କରିଥିଲେ ଯେ, ଓଡିଶାରେ 64 ଟି ଲୋକନାଟକ ରହିଥିଲା । ଅଧୁନା 32 ଲୋକ ନାଟକ ରହିଛି, ସେଥିମଧ୍ୟରୁ ଅଧିକାଂଶ ଦକ୍ଷିଣ ଓଡ଼ିଶାରେ ରହିଛି ଓ ଲୋକନାଟକର ଏନ୍ତୁଡିଶାଳ ହୋଉଛି ଏହି ଗଞ୍ଜାମ ଜିଲ୍ଲା । ଆଲୋଚକ ନାଟ୍ୟକାର ଲିଙ୍ଗରାଜ ନାୟକ ତାଙ୍କ ବକ୍ତବ୍ୟରେ କହିଲେ, ଲୋକ ନାଟକର ପ୍ରକାର ଭେଦ (ଲୀଳା, ନାଚ ଓ ନାଟ) କରିବା ସହ ଲୋକନାଟକ ଅଧୁନା ନାଟକ ସାହିତ୍ୟରେ କିପରି ପ୍ରୟୋଗ କରାଯାଇଛି । ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମରେ ଵଂଶୀଧର ସେଠୀ, ଡକ୍ଟର ଦେବାଶିଷ ମହାପାତ୍ର, ପ୍ରଫୁଲ୍ଲ କୁମାର ମହାପାତ୍ର ଓ ପଣ୍ଡିତ ଵିଶ୍ବନାଥ ଶତପଥୀ ଅଂଶଗ୍ରହଣ କରିଥିଲେ । ପ୍ରଫେସର ଡ. ରଘୁନାଥ ପାଢୀ ଶର୍ମା କହିଥିଲେ ଯେ, ଚିକିଟିରୁ ଲୀଳା ନାଟକ ଆରମ୍ଭ ହୋଇଥିଲା । ଦ୍ଵିତୀୟ ଅଧିବେଶନ କବିତା ପାଠୋତ୍ସବ ଓ ସମୀକ୍ଷା । ସଭାମୁଖ୍ୟ ଡକ୍ଟର ସୀମାଞ୍ଚଳ ପ୍ରଧାନ ଅବସରପ୍ରାପ୍ତ ଵିଭାଗୀୟ ମୁଖ୍ୟ ଓଡ଼ିଆ ଅଧ୍ୟାପକ ସଂଯୋଜିକା ସଂସଦର ସହ ସମ୍ପାଦିକା ଶ୍ରୀମତୀ ସୌଦାମିନୀ ମିଶ୍ର, ସଂସଦର ସମ୍ପାଦକ ଡକ୍ଟର ଲକ୍ଷ୍ମୀନାରାୟଣ ଦାଶ ଉଭୟ ଅଧିବେଶନ ପରିଚାଳନା ଓ କବିତା ସମୀକ୍ଷା କରିଥିଲେ ।
ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରିଥିଲେ ଶିଶୁକଣ୍ଠ ଶିଳ୍ପୀ ସୁଶ୍ରୀ ଉପାସନା ମହାପାତ୍ର । ଏଥିରେ ଭେଙ୍କଟ ବିହାରୀ ପ୍ରହରାଜ, ପ୍ରଫୁଲ୍ଲ ମହାପାତ୍ର, ପ୍ରଫେସର ଡକ୍ଟର ରଘୁନାଥ ପାଢୀଶର୍ମା, ଡକ୍ଟର ଦେବାଶିଷ ମହାପାତ୍ର, ରାଧାଚରଣ ନାୟକ ଇଂ. କଳାରନ୍ନ ପ୍ରଫୁଲ୍ଲ କୁମାର ତ୍ରିପାଠୀ, ଉମାଚରଣ ମିଶ୍ର, ହୃଷୀକେଶ ଦାଶ, ଵଂଶୀଧର ସେଠୀ, ଟି.କାଳୀଚରଣ, ଡକ୍ଟର ଲକ୍ଷ୍ମୀନାରାୟଣ ଦାଶ ଲୋକନାଥ ନାୟକ ଵେଣୁଧର ତ୍ରିପାଠୀ, ଅଜିତ କୁମାର ଜେନା ଵନ୍ଦନା ପଣ୍ଡା, କାର୍ତିକ ପାଣିଗ୍ରାହୀ ସ୍ବରଚିତ କବିତା ପାଠ କରିଥିଲେ । ଆଇନଜୀବୀ ଅନୀଲ ତ୍ରିପାଠୀ ଓ ଲାଲବାହାଦୁର ପଟ୍ଟନାୟକ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ପରିଶେଷରେ ସଂସଦର ସହ ସମ୍ପାଦକ ଅଧ୍ୟାପକ ଲୋକନାଥ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।