ଭୁବନେଶ୍ୱର – ୫-ଟି ସଚିବ ଭି.କେ ପାଣ୍ଡିଆନଙ୍କ ନେତୃତ୍ୱରେ ଏକ ସଚିବ ସ୍ତରୀୟ ପ୍ରତିନିଧି ଦଳ କେନ୍ଦ୍ରାପଡା ଜିଲ୍ଲା ଗସ୍ତ କରି ମୋ ସରକାର କାର୍ଯ୍ୟକ୍ରମର କାର୍ଯ୍ୟକାରୀତା ନେଇ ସମୀକ୍ଷା କରିଛନ୍ତି । ପ୍ରଥମେ କେନ୍ଦ୍ରାପଡା ଜିଲ୍ଲା ହସ୍ପିଟାଲ ଯାଇ ସେଠାରେ ଡାକ୍ତର , କର୍ମଚାରୀ ଓ ରୋଗୀଙ୍କ ସମ୍ପର୍କୀୟ ସହ ଆଲୋଚନା କରିଥିଲେ  । ସ୍ୱାସ୍ଥ୍ୟ ସେବା , ଭିତିଭୂମି ଇତ୍ୟାଦି ,ବିଷୟରେ ବୁଝିଥିଲେ  । ପାଣ୍ଡିଆନ ଙ୍କ ସମେତ ଏନଏଚଏମ ନିଦେ୍ର୍ଧଶିକା ଶାଳିନୀ ପଣ୍ଡିତ ମଧ୍ୟ ଏହି ଟିମ୍ ରେ ସାମିଲ୍ ଥିଲେ  । ହସ୍ପିଟାଲ ପରେ ଏହି ଟିମ୍ ବଳଦେବଜୀଉ ମନ୍ଦିର ଯାଇ ସେଠାକାର ସୁବିଧା ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ  ।
                            
                        
	                    