ଶିବରାତ୍ରୀ ଜାଗର ନିମନ୍ତେ ମଧ୍ୟ କଟକଣା ଜାରି କରାଯାଇଛି । ମାସ୍କ ନାହିଁ ତ ମନ୍ଦିର ମଧ୍ୟକୁ ପ୍ରବେଶ ନାହିଁ । ସେହିପରି କେବଳ ଜିଲ୍ଲା ଲୋକଙ୍କୁ ମନ୍ଦିର ମଧ୍ୟକୁ ପ୍ରବେଶ ନିମନ୍ତେ ଅନୁମତି ରହିବ । ଜନସାଧାରଣଙ୍କ ସକାଶେ ଗହଳିପୂର୍ଣ୍ଣ ଭଜନ ସମାରୋହକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି । କେବଳ ଠାକୁରଙ୍କ ସକାଶେ ଭକ୍ତି ପୁର୍ଣ୍ଣ ଭଜନ ପରିବେଷଣ ହୋଇପାରିବ । ଭକ୍ତ ମାନଙ୍କୁ ମାସ୍କ ପରିଧାନ ଓ ଠିକ୍ ସାନିଟାଇଜେସନ୍ କରି ମନ୍ଦିର ମଧ୍ୟକୁ ସ୍ୱଳ୍ପ ସ୍ୱଳ୍ପ ସଂଖ୍ୟକ ଲୋକଙ୍କୁ ପ୍ରବେଶ କରାଯିବ । ସେମାନେ ପ୍ରସ୍ଥାନ ପରେ ଅନ୍ୟ ଭକ୍ତମାନଙ୍କୁ ପ୍ରବେଶ କରିବାର ସୁଯୋଗ ଦିଆଯିବ । ମନ୍ଦିର କମିଟି ଏହାର ସୁପରିଚାଳନା କରିବେ । କୋଭିଡ୍ ସଂକ୍ରମିତ ଲକ୍ଷଣ ଥିବା ବ୍ୟକ୍ତି, ଗର୍ଭବତୀ ମହିଳା ଓ ଶିଶୁଙ୍କୁ ମନ୍ଦିର ଯିବାକୁ ବାରଣ କରାଯାଇଛି । ମନ୍ଦିର ମଧ୍ୟରେ ଭୋଗ ବଣ୍ଟନ ଓ ପ୍ରସାଦ ସେବନ ହେବ ନାହିଁ ।
ସେହିଭଳି ଗଞ୍ଜାମ ଜିଲ୍ଲାର ଆରାଧ୍ୟ ଦେବୀ ମା ତାରା ତାରିଣୀଙ୍କର ଚୈତ୍ର ମାସର ପର୍ବ ସକାଶେ ମଧ୍ୟ ପ୍ରଶାସନ ତରଫରୁ ଗାଇଡଲାଇନ୍ ଜାରି କରାଯିବ । ସକାଳ ୬ ଘଂଟା ଠାରୁ ସନ୍ଧ୍ୟା ୫ ଘଣ୍ଟା ମଧ୍ୟରେ ଭକ୍ତଗଣ ମା ଙ୍କର ଦର୍ଶନ କରିପାରିବେ । ମାଙ୍କ ପୂଜା ସକାଶେ ଯାହା ନୀତି ନିୟମ ରହିଛି ତାହା ପାଳନ କରାଯିବ । କୋଭିଡ୍ -୧୯ ନିୟମ ଅନୁପାଳନ କରାଯାଇ କେବଳ ଗଞ୍ଜାମ ଜିଲ୍ଲା ବାସୀ ମା ଙ୍କର ଦର୍ଶନ ଲାଭ କରିପାରିବେ । ବସ୍ ଗୁଡିକରେ କୋଭିଡ୍ ପରୀକ୍ଷା କରାଯିବ । ଗହଳିକୁ ସୀମିତ କରିବା ନେଇ ସମସ୍ତ ପ୍ରକାର ବ୍ୟବସ୍ଥା ହେବ । ମନ୍ଦିର ଉପର ସ୍ଥାନରେ କୌଣସି ଦୋକାନ ରହିବ ନାହିଁ , ପ୍ରସାଦ ବଣ୍ଟନ ଓ ସେବନ ତଳେ କରାଯିବ । କୌଣସି ପରିସ୍ଥିତିରେ ବିଶୃଙ୍ଖଳାକୁ ପ୍ରଶୟ ଦିଆଯିବ ନାହିଁ । ଏହି ପର୍ବକୁ ଶୃଙ୍ଖଳିତ ଭାବେ ପାଳନ କରିବା ସକାଶେ ପ୍ରଶାସନ ଓ ମନ୍ଦିର କମିଟି ସଦସ୍ୟ ମାନଙ୍କୁ ନେଇ ପୁନର୍ବାର ବୈଠକ ଆଗତ କରାଇବାକୁ ସ୍ଥିର କରାଯାଇଥିଲା । ଜନସାଧାରଣଙ୍କ ଇଚ୍ଛା ସକାଶେ ଏହି ଅନୁମତି ପ୍ରଦାନ କରାଯାଇଛି ବୋଲି ଜିଲ୍ଲାପାଳ ଅବଗତ କରାଇଥିଲେ ।
ଏହି ଭିଡିଓ କନଫରେନ୍ସିରେ ବ୍ରହ୍ମପୁର ମହାନଗର ନିଗମ କମିଶନର ଡଃ. ସିଦ୍ଦେଶ୍ୱର ବଳିରାମ ବୋନ୍ଦାର, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଧେ ଦତ୍ତାତ୍ରେୟ ଭାଉ ସାହେବ, ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ ଓ ଅମୀୟ କୁମାର ସାହୁ, ବ୍ରହ୍ମପୁର ଉପଜିଲ୍ଲାପାଳ ୱାଇ. କୀର୍ତ୍ତି ୱାସନ୍, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଠି, ବ୍ରହ୍ମପୁର ଉନ୍ନୟନ କର୍ତ୍ତୁପକ୍ଷ ସଚିବ ସମ୍ବିତ୍ ରାଉତ , ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଡଃ. ଦିବ୍ୟଲୋଚନ ମହନ୍ତଙ୍କ ସମେତ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଏକ ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ ଏନେଇ ସୂଚନା ଦେଇଛନ୍ତି ।