
ମାଲକାନଗିରି, ମାଲକାନଗିରି ମହାବିଦ୍ୟାଳୟରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ତରଫରୁ ଏକ ଗୁଟଖା ମୁକ୍ତ ଶିକ୍ଷାନୁଷ୍ଠାନ ଉପରେ କନଫରେନ୍ସ ହଲରେ ଆଜି ଏକ କର୍ମଶାଳା ଆୟୋଜିତ ହୋଇଥିଲା । ଏହି କର୍ମଶାଳାରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଅଶୋକ କୁମାର ଷଡ଼ଙ୍ଗୀ ସଭାପତିତ୍ୱ କରିଥିବାବେଳେ ଯୁବ ରେଡ଼କ୍ରସର ଜିଲ୍ଲା ଆବାହକ ଡ଼ଃ. ରଞ୍ଜନ କୁମାର ସ୍ୱାଇଁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଇ ପିଡୋଗୋଲୋଜିଷ୍ଟ ଡ଼. ଦୁର୍ଗା ପ୍ରସାଦ ରାଓ ଟଵାକୋର ଅପକାରିତା ଓ ତାର ପ୍ରଭାବ ବିଷୟରେ ବର୍ଣ୍ଣନା କରିଥିଲେ । ଏଡିପିଏଚସି ଓ ଚିତ୍ତରଞ୍ଜନ ସେଠି ପ୍ରୋଜେକ୍ଟର ମାଧ୍ୟମରେ ପିଲାମାନଙ୍କୁ କିଭଳି କ୍ୟାନସର ବ୍ୟାପେ ଓ ସେଲ୍ ଡିଭିଜନ ଭଲ ଭାବରେ ନହେଲେ ଗୁଟଖା ଖାଇବା ଦ୍ୱାରା କ୍ୟାନସର ଅଧିକ ମାରତ୍ମକ ହୁଏ ସେ ବିଷୟରେ ବୁଝାଇଥିଲେ । ବ୍ଲକ ଆକାଉଣ୍ଟ ମ୍ୟାନେଜର ଶକ୍ତି ପ୍ରସାଦ ପାଢ଼ୀ ଗୁଟଖା ଖାଇବଦ୍ୱାରା କଣ ସବୁ ରୋଗ ହୋଇଥାଏ ସେ ବିଷୟରେ କହିଥିଲେ । ଏହି ଅବସରରେ ଉପସ୍ଥିତ ଥିବା ପ୍ରାୟ ୧00 ଜଣ ଛାତ୍ର ଛାତ୍ରୀଙ୍କୁ ଟବାକୋ ନ ଖାଇବା ପାଇଁ ଶପଥପାଠ କରାଯାଇଥିଲା । ସଭା ଆରମ୍ଭ ପୂର୍ବରୁ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏକ ସଚେତନତା ରାଲି କରାଯାଇଥିଲା । ସଭା ଶେଷରେ ଜାତୀୟ ସେବା ଯୋଜନା ଅଧିକାରୀ ଅମୀୟ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।