
ଭୁବନେଶ୍ୱର..ଓଡିଶାର ଅଗ୍ରଣୀ ଇଣ୍ଟିଗ୍ରେଟେଡ୍ ସ୍କୁଲ୍ “ଦ କୌଟିଲ୍ଯରେ” ଅାନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଇଛି। ଏହି ଅବସରରେ ଓଲିଉଡ୍ ର ପ୍ରଖ୍ୟାତ ଅଭିନେତ୍ରୀ ପୁଷ୍ପା ପଣ୍ଡା, ଅନୁଭା,ପୁନମ୍ ମିଶ୍ର ଓ ରାଖି ଦାସଙ୍କ ସହିତ ବିଶିଷ୍ଟ ପଶୁପ୍ରେମୀ ଓ ସମାଜସେବୀ ପୁରବୀ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ଓ କେକ୍ କାଟି କାର୍ଯ୍ୟକ୍ରମଟିକୁ ଆରମ୍ଭ କରିଥିଲେ। ପ୍ରତ୍ୟେକ ସମ୍ମାନିତ ଅତିଥି ମହିଳା ସଶକ୍ତିକରଣ ଉପରେ ନିଜର ମତାମତ ରଖିଥିଲେ। ଅନୁଷ୍ଠାନର ମହିଳା ସୁରକ୍ଷା ସମିତିର ଅଧ୍ୟକ୍ଷା ତଥା ବିଶିଷ୍ଟ ଗାୟିକା ପମି ମିଶ୍ର ଛାତ୍ରଛାତ୍ରୀ ମାନଙ୍କୁ ନାରୀ ସୁରକ୍ଷା ଉପରେ ଆଲୋକପାତ କରିଥିଲେ। ଅନୁଷ୍ଠାନର ମ୍ୟାନେଜିଂ ଟ୍ରଷ୍ଟି ଡ.ଲକ୍ଷ୍ମୀନାରାୟଣ ଅଗ୍ରଓ୍ଵାଲ୍, ଅଧ୍ୟକ୍ଷ ରବି ରୟତସିଂ,ନିର୍ଦ୍ଦେଶକ ଦିନେଶ୍ ରଥ ପ୍ରମୁଖ ନିଜର ମତାମତ ରଖିଥିବା ବେଳେ ଚେୟାରମ୍ୟାନ୍ ଡ.ଦେବୀତୋଷ ଆଚାର୍ଯ୍ୟ ଅତିଥି ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ପ୍ରୀତିଲତା ଭାରତୀ ଓ କ୍ଷେତ୍ରମୋହନ ଦାସ କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲାବେଳେ ଲକ୍ଷ୍ମୀକାନ୍ତ ମହାପାତ୍ର ଧନ୍ଯବାଦ ଅର୍ପଣ କରିଥିଲେ। ଅନୁଷ୍ଠାନର ଅଧ୍ୟାପକ ବିପ୍ଳବ ବିଜୟ, ରଶ୍ମୀରଞ୍ଜନ ଦାସ, ଅବନୀ ସ୍ଵାଇଁ, ଦେବଦତ୍ତ ମିଶ୍ର,ପ୍ରୀୟଚନ୍ଦନ ସାହୁ,ହିମାଂଶୁ ପଣ୍ଡା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମଟିକୁ ସଫଳ କରିଥିଲେ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO