

ନୂଆଦିଲ୍ଲୀ – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ହରିଆଣାରେ ସାଧାରଣ ଲୋକ ମାନେ ବିଜେପିକୁ ଅପାର ସଂଖ୍ୟାଗରିÂତା ଦେଇ ପୁଣି ଥରେ କ୍ଷମତାକୁ ଆଣିବାକୁ ମନ ବଳାଇ ସାରିଛନ୍ତି । ହରିଆଣାର ଚରଖୀ ଦାଦରୀ ସେ ଏକ ଜନସଭାକୁ ସମ୍ବୋଧିତ କରି ଶ୍ରୀ ମୋଦି ଏହା କହିଛନ୍ତି ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ହରିଆଣା ସହିତ ତାଙ୍କର ଖୁବ ଘନିÂତା ରହିଛି । ସେ ଅନେକ ଦିନ ଧରି ଏଠାରେ କାମ କରିଛନ୍ତି । ହରିଆଣା ତାଙ୍କୁ ଟାଣି ଆଣେ ବୋଲି ସେ କହିଛନ୍ତି ।
ଉଲ୍ଲେଖନୀୟ ଯେ ଦାଦରୀ ବିଧାନସଭା ସୀଟରୁ ଏଥର ପ୍ରସିଦ୍ଧ ମହିଳା ପହଲବାନ ବବିକା ଫୋଗଟ ଭାରତୀୟ ଜନତା ପାର୍ଟିରୁ ପ୍ରାର୍ଥୀ ହୋଇଛନ୍ତି ।