୨୧ରେ ପରବର୍ତୀ ଶୁଣାଣି
ଭୁବନେଶ୍ୱର – କଲେଜିୟମ୍ ମାଧ୍ୟମରେ ହାଇକୋର୍ଟ ବିଚାରପତି ନିଯୁକ୍ତିକୁ ବିରୋଧ କରି ହାଇକୋର୍ଟ ବାର ଆସୋସିଏସନ୍ ସମେତ ଅନ୍ୟାନ୍ୟ ସମସ୍ତ ବାର୍ ଆସୋସିଏସନ୍ ପକ୍ଷରୁ ଆନେ୍ଦାଳନ ଚାଲିଥିବାରୁ ସେଗୁଡିକୁ ୨୧ ତାରିଖ ସୁଦ୍ଧା ଜବାବ ରଖିବା ପାଇଁ ହାଇକୋର୍ଟର ୧୪ ଜଣିଆ ଖଣ୍ଡପୀଠ ନୋଟିସ୍ ଜାରୀ କରିଛନ୍ତି । ଅଦାଲତ ଅବମାନନା କରିବା ଅଭିଯୋଗରେ ଏହି ନୋଟିସ୍ ଜାରୀ ହୋଇଛି । ହାଇକୋର୍ଟ ବାର୍ ଆସୋସିଏସନ୍ ର ସଭାପତି ଓ ଭାରତୀୟ ବାର୍ କାଉନସିଲ୍ ଚେୟାରମ୍ୟାନଙ୍କୁ ମଧ୍ୟ ନୋଟିସ୍ ଜାରୀ କରିଛନ୍ତି ଖଣ୍ଡପୀଠ । ଏହା ବ୍ୟତୀତ ମୁଖ୍ୟ ଶାସନ ସଚିବ , ଆଇନ୍ ସଚିବ ଓ ସ୍ୱରାଷ୍ଟ୍ରବିଭାଗ ସଚିବଙ୍କୁ ମଧ୍ୟ ନୋଟିସ୍୍ ଜାରୀ ହୋଇଛି । ମାମଲାର ପରବର୍ତୀ ଶୁଣାଣୀ ୨୧ ତାରିଖରେ ହେବ । ନ୍ୟାସନାଲ ଜୁଡିସିଆଲ ଆପୋଂଟମେଂଟ କମିଶନଙ୍କ ଦ୍ୱାରା ବିଚାରପିତ ନିଯୁକ୍ତି କରିବାକୁ ବାର୍ ଆସୋସିଏସନ୍ ମାନେ ଦାବି କରି ଆସୁଛନ୍ତି ।