ଭୁବନେଶ୍ୱର – ଭୁବନେଶ୍ୱର ସ୍ଥିତ ପ୍ରାଣୀ ଉଦ୍ୟାନ ନନ୍ଦନକାନନରେ ଏକ ଧଳା ମହାବଳବାଘ ଶୁଭ୍ରାଂଶୁର ମଙ୍ଗଳବାର ମୃତ୍ୟୁ ଘଟିଛି । ରକ୍ତ ଜନିତ ରୋଗରେ ଆକ୍ରାନ୍ତ ହୋଇ ଶୁଭ୍ରାଂଶୁ ଗତ ୧ ମାସ ଧରି ଚିକିତ୍ସିତ ହେଉଥିଲା । ଓୟୁଏଟି ବିଶେଷଜ୍ଞ ମାନେ ତାର ଚିକିତ୍ସା କରୁଥିଲେ ।
ନନ୍ଦନକାନନ ଉପ-ନିଦେ୍ର୍ଧଶକ ଜୟନ୍ତ କୁମାର ଦାଶ କହିଛନ୍ତି ଆଜି ଦିନ ୧୦ଟା ୧୫ରେ ତା’ର ମୃତ୍ୟୁ ହୋଇଛି ।
“ଶୁଭ୍ରାଂଶୁ’ ରକ୍ତଜନିତ ସଂକ୍ରମଣରେ ପୀଡ଼ିତ ଥିଲା । ମାସେ ହେଲା ତା’ର ଚିକିତ୍ସା ·ଲିଥିଲା । ତେବେ ଶନିବାର ସେ ହଠାତ୍ ପଡ଼ିଯିବା ପରଠୁ ଆଉ ଖାଦ୍ୟ ଗ୍ରହଣ କରୁ ନଥିଲା । ଓୟୁଏଟିର ବିଶେଷଜ୍ଞଙ୍କ ଦ୍ୱାରା ତା’ର ଚିକିତ୍ସା ·ଲିଥିଲା ।
“ଶୁଭ୍ରାଂଶୁ’ର ମୃତ୍ୟୁ ପରେ ଏବେ ନନ୍ଦନକାନନରେ ୧୨ଟି ଅଣ୍ଡିରା ଓ ୧୩ଟି ମାଈ ବାଘ ଥିବା ଜଣାପଡ଼ିଛି ।ଉଲ୍ଲେଖଯୋଗ୍ୟ ଯେ ହରପିସ୍ ଭାଇରସ୍ ସଂକ୍ରମଣ ଯୋଗୁଁ ନନ୍ଦନକାନନରେ ଏଜାବତ୍ ୫ ଟି ହାତୀର ମୃତ୍ୟୁ ଘଟିସାରିଲାଣି । ହାତୀ ମଡକ ପରେ ମହାବଳର ମୃତ୍ୟୁ ପଶୁପ୍ରେମୀଙ୍କୁ ଆଘାତ ଦେଇଛି ।