
ଭୁବନେଶ୍ୱର, ଶନିବାର ଦିନ ଭୁବନେଶ୍ୱର ଆଇଆରସି ଭିଲେଜ ସ୍ଥିତ ଭିଆଇପି କଲୋନୀରେ ଯୁବକଙ୍କୁ ହତ୍ୟା ଘଟଣା ପରେ ପିସିଆର୍ ଭ୍ୟାନ୍ ଭଙ୍ଗାରୁଜା ଓ ଅଭିଯୁକ୍ତଙ୍କୁ ମାଡ଼ ଘଟଣାରେ କମିଶନରେଟ୍ ପୋଲିସ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ରବିବାର ଦିନ ୫ ଜଣଙ୍କୁ ଗିରଫ କରଥିବା ଜଣା ପଡିଛି । ସିସିଟିଭି ଫୁଟେଜ ଆଧାରରେ ଏମାନଙ୍କୁ ଗିରଫ କରାଯାଥିବା ଭୁବନେଶ୍ୱର ଡିସିପି ସୂଚନା ଦେଇଛନ୍ତି ।
ଏଠାରେ ଉଲ୍ଲେଖ କରା ଯାଇ ପାରେ ଯେ ଗତକାଲି ଦିନ ସାଢେ ୧୧ଟା ସମୟରେ ଆଇଆରସି ଭିଲେଜ ନିକଟରେ ଲେନ୍ରେ ଏକ ପିକ୍ଅପ୍ ଭ୍ୟାନ୍ରେ ଆକ୍ରମଣ ପ୍ରତି ଆକ୍ରମଣରେ ଡ୍ରାଇଭର ଟୁକୁନା ଓରଫ୍ ଜଟିଆଙ୍କ ମୃତ୍ୟୁ ହୋଇଥିଲା । ଏହା ପରେ ଲୋକମାନେ ଅଭିଯୁକ୍ତ ୨ ଭାଇ ସାଗର ଓ ସୁଧିର ପୃଷ୍ଟିଙ୍କୁ ପିସିଆର ଭ୍ୟାନ୍ରୁ ଟାଣି ଆଣି ଆକ୍ରମଣ କରିଥିଲେ ଓ ପିସିଆର ଭ୍ୟାନ ଉପରେ ମଧ୍ୟ ଆକ୍ରମଣ କରିଥିଲେ । ଏହି ମାମଲାରେ ପୋଲିସ୍ ହତ୍ୟାକାରୀ ୨ ଭାଇଙ୍କୁ ଗିରଫ କରିଛି । ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ କମିଶନରେଟ ପୋଲିସ ପକ୍ଷରୁ ୩ଟି ମାମଲା ରୁଜୁ କରା ଯାଇ ସରିଛି । ଗାଡ଼ି ଭିତରେ ଟୁକୁନା ଆକ୍ରମଣ କରିଥିବା ନେଇ ଗୋଟିଏ ମାମଲା ହୋଇ ଥିବା ବେଳେ ଦୁଇ ଭାଇ ମିଶି ତାକୁ ହତ୍ୟା କରିବା ନେଇ ଦ୍ୱିତୀୟ ମାମଲା ହୋଇଛି । ସାଧାରଣ ଲୋକେ ଦୁଇ ଭାଇଙ୍କୁ ପିଟିବା ନେଇ ତୃତୀୟ ମାମଲା ରୁଜୁ ହୋଇଥିଲା ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO