

ଏଠାରେ ଉଲ୍ଲେଖ କରା ଯାଇ ପାରେ ଯେ ଗତକାଲି ଦିନ ସାଢେ ୧୧ଟା ସମୟରେ ଆଇଆରସି ଭିଲେଜ ନିକଟରେ ଲେନ୍ରେ ଏକ ପିକ୍ଅପ୍ ଭ୍ୟାନ୍ରେ ଆକ୍ରମଣ ପ୍ରତି ଆକ୍ରମଣରେ ଡ୍ରାଇଭର ଟୁକୁନା ଓରଫ୍ ଜଟିଆଙ୍କ ମୃତ୍ୟୁ ହୋଇଥିଲା । ଏହା ପରେ ଲୋକମାନେ ଅଭିଯୁକ୍ତ ୨ ଭାଇ ସାଗର ଓ ସୁଧିର ପୃଷ୍ଟିଙ୍କୁ ପିସିଆର ଭ୍ୟାନ୍ରୁ ଟାଣି ଆଣି ଆକ୍ରମଣ କରିଥିଲେ ଓ ପିସିଆର ଭ୍ୟାନ ଉପରେ ମଧ୍ୟ ଆକ୍ରମଣ କରିଥିଲେ । ଏହି ମାମଲାରେ ପୋଲିସ୍ ହତ୍ୟାକାରୀ ୨ ଭାଇଙ୍କୁ ଗିରଫ କରିଛି । ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ କମିଶନରେଟ ପୋଲିସ ପକ୍ଷରୁ ୩ଟି ମାମଲା ରୁଜୁ କରା ଯାଇ ସରିଛି । ଗାଡ଼ି ଭିତରେ ଟୁକୁନା ଆକ୍ରମଣ କରିଥିବା ନେଇ ଗୋଟିଏ ମାମଲା ହୋଇ ଥିବା ବେଳେ ଦୁଇ ଭାଇ ମିଶି ତାକୁ ହତ୍ୟା କରିବା ନେଇ ଦ୍ୱିତୀୟ ମାମଲା ହୋଇଛି । ସାଧାରଣ ଲୋକେ ଦୁଇ ଭାଇଙ୍କୁ ପିଟିବା ନେଇ ତୃତୀୟ ମାମଲା ରୁଜୁ ହୋଇଥିଲା ।