![](https://indokalingtimes.com/wp-content/uploads/2020/06/ikt.jpeg)
![](https://indokalingtimes.com/wp-content/uploads/2020/10/IKAT-NEWS-01-300x122.jpg)
ଏହି ସମାରୋହରେ ବରିଷ୍ଠ ସାମ୍ବାଦିକ ରଜତ ଶର୍ମା, ପ୍ରଫୁଲ କେତକର, ପଦ୍ମଶ୍ରୀ ରାମ ବାହାଦୁର ରାୟ, ଅନସୁମାନ ତିୱାରୀ, କିରଣ ଚୋପ୍ରାଙ୍କ ପରି ଅନେକ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗଦେବେ । ଏହି କାର୍ଯ୍ୟକ୍ରମରେ ପୁସ୍ତକ ଉନ୍ମୋଚନ, ରାମାୟଣ ପ୍ରତିଯୋଗିତା, ପୁରସ୍କାର ପ୍ରଦାନ, ଶିଶୁ କଳାକାରଙ୍କ ଅନୁଭବ କଥନ, ଗାଁ କଥା, ହନୁମାନ ପରିବାର ପ୍ରତିଯୋଗିତା ସମ୍ମାନ, ହରିକଥା ଚଳଚିତ୍ର ପ୍ରଦର୍ଶନ ସହିତ ଏକଲ ସୁରତାଳ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।
ବିଶ୍ୱର ସବୁଠାରୁ ବଡ ସମାଜସେବୀ ସଂଗଠନ ଏକଲ ଅଭିଯାନ ମାଧ୍ୟମରେ ସଂସ୍କାର ଶିକ୍ଷା ପ୍ରଦାନ କରୁଥିବା ସଂଗଠନ ଏକଲ ଶ୍ରୀହରି ସତସଙ୍ଗ ସମିତିର ମୂଳ ଉଦ୍ଦେଶ୍ୟ ହେଉଛି ସୁଦୁର ପାର୍ବତୀୟ ଆଦିବାସୀ ଅଂଚଳ ଏବଂ ବନାଚଂଳରେ ରହୁଥିବା ବନ ବନ୍ଧୁଙ୍କର ସାଂସ୍କୃତିକ, ସାମାଜିକ, ଆର୍ଥିକ, ଶୈକ୍ଷିକ ଉତ୍ଥାନ ପାଇଁ କାର୍ଯ୍ୟ କରିବା । ଏବଂ ସମାଜରେ ସଂସ୍କାର ଶିକ୍ଷା ମାଧ୍ୟମରେ ସକାରାତ୍ମକ ପରିବର୍ତନ ଆଣିବାକୁ ପ୍ରାୟସ କରିବା । ବନବାସୀ ବନ୍ଧୁମାନଙ୍କର ଉତ୍ଥାନ ପାଇଁ ସେମାନଙ୍କୁ ଦେଶର ମୁଖ୍ୟସ୍ରୋତରେ ସାମିଲ କରିବା ସହିତ ସେମାନଙ୍କ ବିଷୟରେ ବ୍ୟାପକ ଚିନ୍ତା କରିବା ଏବଂ ବନବାସୀ ଭାଇମାନଙ୍କର ଅଧିକାର ବିଷୟରେ ସଚେତନତା,ଆତ୍ମନିର୍ଭରଶୀଳତା ଏବଂ ସ୍ୱାସ୍ଥ୍ୟ ପାଇଁ କାର୍ଯ୍ୟ କରିବା । ଏହା ସହିତ ଏକଲ ଶ୍ରୀହରି ସତସଙ୍ଗ ସମିତି ସମାଜିକ ସମରସତା, ମହିଳା ସଶକ୍ତିକରଣ, ନିଶା ମୁକ୍ତ ଗ୍ରାମ ଏବଂ ଜାଗ୍ରତ ସମାଜର କଳ୍ପନାକୁ ସାକାର କରିଛି । ଏକଲ ଶ୍ରୀହରି ସମିତି ଦ୍ୱାରା ସମଗ୍ର ଦେଶରେ ୭୦ ହାଜାରରୁ ଉର୍ଦ୍ଧ୍ୱ ସଂସ୍କାର କେନ୍ଦ୍ର ଚାଲୁଅଛି ।
ଏହି କାର୍ଯ୍ୟକ୍ରମର ସିଧା ପ୍ରସାରଣ ସୁଭାରତୀ ଚ୍ୟାନେଲ ଏବଂ ଏକଲ ଶ୍ରୀହରି ର ୟୁଟ୍ୟୁବରେ ସିଧା ପ୍ରସାରଣ ହେବ । ଏହି ସାମ୍ବାଦିକ ସମ୍ମିଳନୀରେ ଭୁବନେଶ୍ୱରର କାର୍ଯ୍ୟକାରୀ ଅଧ୍ୟକ୍ଷ ଶଶି ସେଠିଆ ଏବଂ ସମ୍ପାଦକ ବଚ୍ଛରାଜ ବେତାଲା ଉପସ୍ଥିତ ଥିଲେ ।