ଭୁବନେଶ୍ୱର, ସେବା ଓ ସ୍ୱାଭିମାନ ଥିଲା ବିଜୁ ବାବୁଙ୍କ ଆଦର୍ଶ । ସେ ଆଦର୍ଶରେ ଅନୁପ୍ରାଣିତ ହୋଇ ରାଜ୍ୟକୁ ସାମଗ୍ରିକ ବିକାଶପଥରେ ଆଗେଇ ନେବାପାଇଁ ଯୁବ ସମାଜକୁ ମୁଖ୍ୟମନ୍ତ୍ରୀ ଆହ୍ୱନ ଦେଇଛନ୍ତି । ରାଜ୍ୟ ବିଜେଡି କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ,ହି ଆହ୍ୱାନ ଦେଇଛନ୍ତି । ସେ କହିଥିଲେ ଯେ ଏହି ଆଦର୍ଶରେ ନେତା କର୍ମୀମାନେ କାମ କରୁଛନ୍ତି । ତାଙ୍କର ଆଦର୍ଶ , ନୀତି ଓ ଚିନ୍ତାଧାର ପ୍ରତିଟି କ୍ଷେତ୍ରରେ ପ୍ରତିଫଳିତ ହୋଇପାରିଛି । ଓଡିଶାକୁ ବିକାଶ ଶୀର୍ଷରେ ପଂଚାଇବା ଲକ୍ଷ୍ୟ ଓ ସ୍ୱାଭିମାନର ସୁରକ୍ଷା ପାଇଁ ଲଢେଇ ଜାରି ରହିବ ।ଗାଁରବିକାଶ ଆମ ପାଇଁ ସବୁଠାରୁ ବଡ ପୁରସ୍କାର । ଗାଁ କଚ୍ଚା ଘର ପକ୍କା ହେଉଛି, ପାଣି, ବିଜୁଳି ରେ ଘର ଉଜ୍ଜ୍ୱଳ ଦିଶୁଛି । ସେତେବେଳେ ତା ମୁହଁରେ ହସ ଆସୁଛି । ଏହା ଆମ ପାଇଁ ବଡ଼ ପୁରସ୍କାର । ମାଆ ଯେବେ ପଂଚୟତ ଘରେ ବସି ବିକାଶ କଥା ଚିନ୍ତା କରୁଛି, ମିଶନ ଶକ୍ତି ମା ଯେବେ ଋଣ ଆଣି ବେପାର କରି ତା ପରିବାର ସମୃଦ୍ଧି ଆଣିଛି, ସେଠାରେ ବିକାଶର ଚିତ୍ର ଉଜ୍ଜ୍ୱଳ ଦିଶୁଛି । ସରକାରୀ ସ୍କୁଲ ପିଲାଙ୍କ ପାଇଁ ମେଡିକାଲ ଓ ଇଂଜିନିୟରିଂରେ ସୁଯୋଗ ସୃଷ୍ଟି ହେଉଛି । ଯୁବ ସମାଜ ସ୍ୱପ୍ନ ସାକାର ହେଉଛି । ବିଜୁ ବାବୁଙ୍କ ଆଦର୍ଶ ଓ ଚିନ୍ତାରେ ପରିପ୍ରକାଶ ହେଉଛି । ଆହୁରି ବାଟ ଆଗକୁ ଯିବାକୁ ଅଛି । ହେଲେ ଆହୁରି ଅଧିକ କାମ କରିବାକୁ ହେବ । ଆସନ୍ତୁ ମିଳିମିଶି ତାଙ୍କ ମାର୍ଗରେ ସେବା କରିବାକୁ ସଂକଳ୍ପ ନେବା । ଓଡ଼ିଶା ସ୍ୱାଭିମାନ ପାଇଁ କାମ କରିବା ବୋଲି ସେ ଆହ୍ୱାନ ଜଣାଇଛନ୍ତି ।