ଯାଜପୁର – ଯାଜପୁର ବିଞ୍ଝାରପୁରର ମାମୁଁ ଭାଣେଜୀ ପ୍ରେମ ଧୋକା ଘଟଣାରେ ଅଭିଯୁକ୍ତ ମାମୁଁ ଜିତେନ୍ଦ୍ର ପ୍ରଧାନକୁ ଗତକାଲି ଗିରଫ ପରେ ଆଜି କୋର୍ଟଚାଲାଣ କରିଛି ପୋଲିସ । ଜିତେନ୍ଦ୍ର ବିଞ୍ଝାରପୁର ବ୍ଲକର ପୂର୍ବତନ ଛାତ୍ର ବିଜେଡ଼ି ସଭାପତି ଥିଲେ ।
ଗତ କିଛି ଦିନ ତଳେ ବିବାହର ପ୍ରତିଶୃତି ଦେଇ ଜିତେନ୍ଦ୍ର ସମ୍ପୃକ୍ତ ଯୁବତୀଙ୍କ ସହିତ ଶାରିରୀକ ସମ୍ପର୍କ ରଖିଥିଲେ । ପରେ ଅନ୍ୟତ୍ର ବିବାହ କରିବାକୁ ସ୍ଥିର କରି ପୀଡ଼ିତାଙ୍କୁ ବିବାହ କରିବାକୁ ମନା କରିଥିଲେ । ଘଟଣା ବାବଦରେ ପୀଡ଼ିତା ବିଞ୍ଝାରପୁର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତି କରି ପୋଲିସ ଏ ସଂକ୍ରାନ୍ତରେ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଜାରୀ ରଖିଥିଲା । ଅନ୍ୟପକ୍ଷରେ ଥାନାରେ ଅଭିଯୋଗ ପରେ ଜିତେନ୍ଦ୍ରଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ତାଙ୍କୁ ଦଳରୁ ନିଲମ୍ବନ କରାଯାଇଥିଲା । ହେଲେ ଅଭିଯୁକ୍ତ ଜିତେନ୍ଦ୍ର ଦୀର୍ଘ ଏକ ମାସ ଧରି ଫେରାର୍ ଥିଲା । ଗତକାଲି ରାତିରେ ସେ ବସ୍ ଯୋଗେ ପାଣିକୋଇଲି ଆସୁଥିବା ସମ୍ପର୍କରେ କୌଣସି ସୂତ୍ରରୁ ଖବର ପାଇ ବିଞ୍ଝାରପୁର ପୋଲିସ ଅଭିଯୁକ୍ତକୁ ପାଣିକୋଇଲି ବସଷ୍ଟାଣ୍ଡରୁ ଗିରଫ କରିଥିଲା । ଆଜି ଡାକ୍ତରୀମାଇନା ପରେ ତାକୁ କୋର୍ଟଚାଲାଣ କରାଯାଇଥିବା ନେଇ ସୂଚନା ଦେଇଛନ୍ତି ଯାଜପୁର ଏସଡିପିଓ ରବିନ୍ଦ୍ର କୁମାର ଜେନା ।