ଭୁବନେଶ୍ୱର – ଆସନ୍ତା ୨ /୩ ଦିନ ମଧ୍ୟରେ ସାରା ଭାରତବର୍ଷରୁ ମୌସୁମୀ ବିଦାୟ ନେବ ବୋଲି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଅପରପକ୍ଷରେ ଦକ୍ଷିଣ-ପଶ୍ଚିମ ମୌସୁମୀ ଓଡିଶାରୁ ଆଜି ସମ୍ପୂର୍ଣ୍ଣ ଭାବେ ବିଦାୟ ନେଇଛି । ଗତକାଲି ଠାରୁ ମୌସୁମୀର ବିଦାୟ ପ୍ରକ୍ରିୟା ଆରମ୍ଭ ହୋଇଥିଲା ।
ସୂଚନାଯୋଗ୍ୟ ଯେ ଚଳିତ ବର୍ଷ ଜୁନ୍ ମାସ ତୃତୀୟ ସପ୍ତାହରେ ମୌସୁମୀ ଓଡିଶା ଛୁଇଁଥିଲା । ଚଳିତ ଥର ରେକର୍ଡ ୭ ପ୍ରତିଶତ ଅଧିକ ବର୍ଷା ରେକର୍ଡ କରାଯାଇଥିଲା ।