
ଭୁବନେଶ୍ୱର, ବିଜୁ ବାବୁ ଓଡିଶାକୁ ଅଗ୍ରଣୀ ରାଜ୍ୟ କରିବାକୁ କାମ କରୁଥିଲେ । ତାଙ୍କ ପରେ ତାଙ୍କ ପୁଅ ଏହି କାମକୁ ଆଗକୁ ନେଉଛନ୍ତି । ଓଡିଶାର ବିକାଶ ପାଇଁ ବିଜେଡି ପ୍ଲାଟଫର୍ମ ହୋଇଛି ବୋଲି କହିଛନ୍ତି ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ବିଜୁ ଜୟନ୍ତୀ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ସେ ଏହା କହିଛନ୍ତି ।
ସେ କହିଛନ୍ତି ଯେ ଆମ ବରିଷ୍ଠ ଯିଏ ଆମ ପାଖରେ ବିଜୁ ବାବୁଙ୍କ ବାର୍ତା ପହଂଚାଇଛନ୍ତି, ଆମ ଯୁବ ଛାତ୍ର ତାକୁ ଉଜ୍ଜୀବିତ କରିବା । ଆମ ନେତାଙ୍କ ଲାଇଫ ଷ୍ଟାଇଲ କଥା କମ କାମ ବେଶି । ଆମେ ୨୪ ଘଣ୍ଟା କାମ କଲେ ବି କମ ହେବ ଯେତେ ସିଏ ଆମ ପାଇଁ କାମ କରୁଛନ୍ତି । ଏହି ବିଜେଡି ପ୍ଲାଟଫର୍ମ ଯାହା ବିଜୁ ଓ ନବୀନ ଆଦର୍ଶରେ ଗଠିତ ହୋଇଛି, ପର ପିଢ଼ି ପାଇଁ ଆହୁରି ଅଧିକ ସୁସଙ୍ଗଠିତ କରିବା ଗୁରୁ ଦାୟିତ୍ୱ । ସ୍ୱାର୍ଥକୁ ବଳିଦାନ ଦେବା । ମୁଖ୍ୟମନ୍ତ୍ରୀଙ୍କ ଋଣୀ ରହିବା କଥା ଯାହା ସେ ଆମକୁ ଦେଇଛନ୍ତି । ଏବେ ଫେରାଇବାର ସମୟ । ସମସ୍ତେ ନବୀନ ଆଦର୍ଶରେ କାମ କରୁଛନ୍ତି । ଆଂଚଳିକ ଦଳ ଗଠନ ହୋଇଛି ବୋଲି ଓଡ଼ିଶା ଆଗେଇ ପାରୁଛି । ଏହା ଆଗାମୀ ଦିନ ସାରା ଦେଶ ଦେଖିବ । ମିଶନ ଶକ୍ତି କେସ ଷ୍ଟଡି ସାରା ବିଶ୍ୱ ପାଇଁ ବୋଲି ସେ କହିଛନ୍ତି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO