ଗାଙ୍ଗପୁର ଥାନା ଅନ୍ତର୍ଗତ ନିମିନା ଗ୍ରାମରେ ଆୟୋଜିତ ବାସନ୍ତୀ ମେମୋରିଆଲ୍ ବ୍ଳକ୍ ସ୍ତରୀୟ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ୍ ର ଫାଇନାଲ୍ ମ୍ୟାଚ୍ ରେ ବେଲଗୁଣ୍ଠା ବ୍ଳକ୍ ପାଲକଷଣ୍ଢାର ଜଗନ୍ନାଥ ମେମୋରିଆଲ୍ କ୍ରିକେଟ ଟିମ୍ କେ.ନୂଆଁଗଡ କ୍ରିକେଟ ଟିମକୁ ଦୁଇ ୱିକେଟ୍ ରେ ହରାଇ ଚାମ୍ପିୟନ ଟ୍ରଫି ହାତେଇ ନେଇଛି I ଆଜିର ମ୍ୟାଚ୍ ରେ ପ୍ରଥମେ କେ.ନୂଆଁଗଡ ଟିମ୍ ବ୍ୟାଟିଂ କରି ନିର୍ଦ୍ଧାରିତ 16 ଓଭର୍ ରେ ସମସ୍ତ ୱିକେଟ୍ ହରାଇ 158 ରନ୍ କରିଥିବା ବେଳେ ନାରାୟଣ ନାୟକଙ୍କ ନେତୃତ୍ୱାଧୀନ ପାଲକଷଣ୍ଢା ଟିମ୍ ଏହାକୁ ପିଛା କରି ହାତରେ ପାଞ୍ଚଟି ୱିକେଟ୍ ଥାଇ 14 ଟି ବଲ୍ ପୂର୍ବରୁ ବିଜୟ ହାସଲ କରିନେଇଥିଲା I ଆଜିର ଉଦଯାପନୀ ଉତ୍ସବରେ ଆସ୍କା ସାଂସଦ ପ୍ରତିନିଧି ତଥା ଆସ୍କା ବ୍ଳକ୍ ବିଜେଡ଼ି ସଭାପତି ନଚିକେତ ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଜେତା ଦଳକୁ ନଗଦ 8001 ଟଙ୍କା ସହ ଚାମ୍ପିୟନ ଟ୍ରଫି ଏବଂ ଉପବିଜେତା ଦଳକୁ ନଗଦ 5001 ଟଙ୍କା ସହ ଟ୍ରଫି ଦେଇ ପୁରସ୍କୃତ କରିଥିଲେ I
ଟୁର୍ଣ୍ଣାମେଣ୍ଟ୍ ରେ ରାଜ୍ ପଟ୍ଟନାୟକଙ୍କୁ ମ୍ୟାନ୍ ଅଫ୍ ଦି ସିରିଜ୍ ଭାବେ ପୁରସ୍କୃତ କରାଯାଇଥିବା ବେଳେ 47 ରନ୍ ର ଧୁଆଁଧାର ବ୍ୟାଟିଂ କରି ପାଲକଷଣ୍ଢା ଟିମ୍ ର ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ଶକ୍ତିଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଭାବେ ପୁରସ୍କୃତ କରାଯାଇଥିଲା I ଚାମ୍ପିୟନ୍ ଟିମ୍ କୁ କ୍ଷତ୍ରିୟବରପୁର ମା ବୁଢ଼ାକେନ୍ଦୁ କ୍ରିକେଟ ଟିମ ଏବଂ ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ୱର କ୍ରିକେଟ ଟିମ, ପାଲକଷଣ୍ଢାର ଖେଳାଳୀ ମାନେ ସ୍ୱାଗତ କରିବା ସହିତ ଏକ ଶୋଭାଯାତ୍ରାରେ ପାଛୋଟି ନେଇଥିଲେ I ସମସ୍ତ ମ୍ୟାଚ୍ ରେ ଶିବରାମ ନାୟକ ଏବଂ ସୁଶାନ୍ତ କୁମାର ଚର୍ଚି ଅମ୍ପାୟାର କାର୍ଯ୍ୟ ତୁଲାଇଥିଲେ I ଟୁର୍ଣ୍ଣାମେଣ୍ଟ୍ ରେ ଅଜୟ, ଶଶାଙ୍କ ଏବଂ ତାଙ୍କର ଟିମ୍ ସମସ୍ତ ଦାୟିତ୍ୱ ନିର୍ବାହ କରିଥିଲେ I ପାଲକଷଣ୍ଢା କ୍ରିକେଟ ଟିମ୍ ଆଜିର ବିଜୟୀ ଟ୍ରଫିକୁ ଦଳର ପୂର୍ବତନ ଖେଳାଳୀ ସ୍ବର୍ଗତ ଜଗନ୍ନାଥ ନାଇକଙ୍କ ସ୍ମୃତିରେ ଉତ୍ସର୍ଗ କରିଛନ୍ତି I