
ଗଞ୍ଜାମ, ଦୁଇ ଦିନ ମଧ୍ୟରେ ଗଞ୍ଜାମ ଜିଲ୍ଲାରେ ୩ ହଜାର ୮୮୦ ଜଣ ବରିଷ୍ଠ ନାଗରିକ ଓ ରୁଗଣ ବ୍ୟକ୍ତିଙ୍କୁ କୋଭିଡ଼୍ ଟୀକାକରଣ କରାଯାଇଛି ।ପ୍ରଥମ ଦିନରେ ୨୨୩୩ ଜଣ କୋଭିଡ଼୍ ଟୀକା ନେଇଥିଲେ । ପୁଣି ଦ୍ୱିତୀୟ ଦିନରେ ୩୮୮୦ ଜଣଙ୍କ ମଧ୍ୟରୁ ୩୮୭୦ ଜଣ ବରିଷ୍ଠ ନାଗରିକ ରହିଥିବା ବେଳେ ୬୩ ଜଣ ରୋଗାଗ୍ରସ୍ତ ରହିଥିବା ସୂଚନା ମିଳିଛି । ଜିଲ୍ଲାର ମୋଟ୍ ୩୨ ଟି ସ୍ଥାନରେ ଟୀକାକରଣ କରାଯାଉଥିବା ବେଳେ ବ୍ରହ୍ମପୁର ସହରରେ ୬ଟି ସହରାଚଂଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଟୀକା ଦିଆଯାଉଛି । ସହରର ଆସିକା ରୋଡ଼, ବୈକୁଣ୍ଠ ନଗର, ରେଡ଼କ୍ରସ, ଗୁଡ଼ସେଡ୍ ରୋଡ଼, ଖୋଡ଼ାସିଙ୍ଗି ଏବଂ ଆମ୍ବପୁଆ ସ୍ଥିତ ସହରାଚଂଳ ସ୍ୱାସ୍ଥ୍ୟକେନ୍ଦ୍ରରେ ମୋଟ୍ ୯୮୬ ଜଣ ଟୀକା ନେଇଛନ୍ତି । ଜିଲ୍ଲାରେ ଦୁଇ ଦିନ ମଧ୍ୟରେ ମୋଟ୍ ଟୀକା ଗ୍ରହଣକାରୀଙ୍କ ସଂଖ୍ୟା ୬୦୫୩ ରେ ପହଂଚି ଥିବା ବେଳେ ଏଥିରେ ବ୍ରହ୍ମପୁର ସହରରେ ୧୨୨୬ ଜଣ ରହିଛନ୍ତି ।
ଦ୍ୱିତୀୟ ଦିନରେ ବାଲିସିରା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ୨୧୨ ଜଣ, ଆସିକା ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ରରେ ୯୦ ଜଣ, ବେଲଗୁଣ୍ଠାରେ ୨୦୬, ବେଗୁନିଆପଡ଼ାରେ ୨୮୧ ଜଣ, ଭଞ୍ଜନଗର ବ୍ଲକରେ ୭୬ ଜଣ, ଭଞ୍ଜନଗର ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ରରେ ୧୬୧, ବୁଗୁଡ଼ାରେ ୨୫୬, ଛତ୍ରପୁର ବ୍ଲକରେ ୧୩୪, ଛତ୍ରପୁର ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ରରେ ୬୨ ଜଣ, ଚିକିଟିରେ ୧୭୨, ଧରାକୋଟରେ ୧୩୪, ଦିଗପହଣ୍ଡିରେ ୨୯୧ ଜଣ, ଗଞ୍ଜାମରେ ୧୫୧, ହିଞ୍ଜିଳିକାଟୁରେ ୧୮୯ ଜଣ, ଜଗନ୍ନାଥପ୍ରସାଦ ବ୍ଲକରେ ୧୯୭, କବିସୂର୍ଯ୍ୟନଗର ବ୍ଲକରେ ୧୪୪ ଜଣ, ଖଲ୍ଲିକୋଟରେ ୨୨୨, କୁକୁଡ଼ାଖଣ୍ଡିରେ ୩୭୩, ପାତ୍ରପୁରରେ ୧୨୧, ପୋଲସରାରେ ୭୮, ପୁରୁଷୋତମପୁରରେ ୪୦୯, ରଙ୍ଗେଇଲୁଣ୍ଡାରେ ୧୮୬, ସାନଖେମୁଣ୍ଡିରେ ୨୨୬, ଶେରଗଡ଼ରେ ୨୨୪ ଏବଂ ସୋରଡ଼ା ବ୍ଲକରେ ୨୪୨ ଜଣ ବରିଷ୍ଠ ନାଗରିକ ଏବଂ ଜଟିଳ ରୋଗାଗ୍ରସ୍ତ ବ୍ୟକ୍ତି ମାନେ କୋଭିଡ଼୍ ଟକା ନେଇଥିବା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ସୂତ୍ରରୁ ଜଣାପଡିଛି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO