ମାଲକାନଗିରି, ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳର ଧୂଳିପୁଟ ପଞ୍ଚାୟତ ଧୂଳିପୁଟ ଗାଁ କଲ୍ୟାଣ ସମିତି ଆନୁକୂଲ୍ୟରେ ଧୂଳିପୁଟ ଗାଁ ଠାରେ କୁଡୁମୁଲୁଗୁମା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ରଜନୀକାନ୍ତ ଦାଶ, ଯାନବାଇ ମେଡିକାଲ ଅଧିକାରୀ ପ୍ରବୀଣ କୁମାର ସାହୁ ଓ ସ୍ୱାଭିମାନ ଅଞ୍ଚଳ ହେଲଥ ସୁପରଭାଇଜର ଶଶାଙ୍କ ଶେଖର କରଙ୍କ ସହଯୋଗରେ ସ୍ୱାସ୍ଥ୍ୟ ମେଳା ଅନୁଷ୍ଠିତ ହୋଇଯାଇଛି । ସ୍ୱାସ୍ଥ୍ୟ ମେଳା ମାଧ୍ୟମରେ ଉକ୍ତ ଅଞ୍ଚଳର ଜନସାଧାରଣଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହିତ ମାଗଣାରେ ଔଷଧ ବିତରଣ କରାଯାଇଛି । ସେହିଭଳି ଭାବରେ ସ୍ୱାଭିମାନ ଅଞ୍ଚଳ ରାଲେଗାଡ଼ା ପଞ୍ଚାୟତସାରକୁବନ୍ଧ ଏବଂ ବଡପଦର ପଞ୍ଚାୟତର ପଦ୍ମଗିରି ଠାରେ ଗାଁ କଲ୍ୟାଣ ସମିତି ଆନୁକୂଲ୍ୟରେ ସ୍ୱାସ୍ଥ୍ୟ ମେଳା କରାଯାଇ ଜନସାଧାରଣଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରି ମାଗଣାରେ ଔଷଧ ବିତରଣ କରିଥିଲେ । ଉକ୍ତ ସ୍ୱାଭିମାନ ଅଞ୍ଚଳରେ ଗାଁ କଲ୍ୟାଣ ସମିତି ଆନୁକୂଲ୍ୟରେ ହେଉଥିବା ସ୍ୱାସ୍ଥ୍ୟ ମେଳା କାର୍ଯ୍ୟକ୍ରମକୁ ମହିଳା ଓ ପୁରୁଷ ସ୍ୱାସ୍ଥ୍ୟ କର୍ମି ସିମାଞ୍ଚଳ ସ୍ୱାଇଁ, ପ୍ରଣତି ମଣ୍ଡଳ, ସୁମିତ୍ରା ଦାଶ ଓ ହେମଲତା ମହନ୍ତ ଏବଂ ଅଙ୍ଗନବାଡି କର୍ମି ବୈଦେହୀ ଗତନ, ସସ୍ମିତା ବେହେରା, ପ୍ରମିଳା ପାରମେଲ ଓ ସିବି ଡେଭିଡ ପରିଚାଳନା କରିଥିଲେ।