

Related Stories
May 10, 2025
ମାଲକାନଗିରି, ଚିତ୍ରକୋଣ୍ଡା ଉପଖଣ୍ଡ ମେଡିକାଲରେ ଚିକିତ୍ସାରେ ଅବହେଳା ଯୋଗୁ ବିଜୟ ନାୟକର ମୃତ୍ୟୁ ଘଟଣାକୁ ନେଇ ପରିବାର ଲୋକ ଏବଂ ଲାଲ ବାହାଦୁର ଶାସ୍ତ୍ରୀ କ୍ଳବ ସଦସ୍ୟ ତରଫରୁ ତାଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇଦେବା ପାଇଁ ଚିତ୍ରକୋଣ୍ଡା ତହସିଲଦାର ଟି. ପଦ୍ମନାଭ ଦୋରାଙ୍କୁ ଦରଖାସ୍ତ କରିଥିଲେ । ଉକ୍ତ ଦରଖାସ୍ତକୁ ଭିତ୍ତିକରି ତହସିଲଦାର ଶ୍ରୀ ଦୋରା ଜିଲାପାଳ ୱାଇ ବିଜୟଙ୍କୁ ଉକ୍ତ ପରିବାରକୁ ଅନୁକମ୍ପା ରାଶି ପ୍ରଦାନ ନିମନ୍ତେ ଏକ ଚିଠି ଲେଖି ଜଣାଇଥିଲେ । ଉକ୍ତ ଚିଠିକୁ ପାଇବା ପରେ ଜିଲାପାଳ ସଙ୍ଗେ ସଙ୍ଗେ ସହଯୋଗର ହାତ ବଢ଼ାଇ ଥିଲେ ଆଜି ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ଚିତ୍ରକୋଣ୍ଡା ତହସିଲଦାର ଟି. ପଦ୍ମନାଭ ଦୋରାଙ୍କ ଉଦ୍ୟମ ତଥା ସହଯୋଗରେ ଚିତ୍ରକୋଣ୍ଡା ତହସିଲର କିରାଣୀ ମହେଶ୍ୱର ବେହେରା, ଚିତ୍ରକୋଣ୍ଡା ରାଜସ୍ବ ନିରୀକ୍ଷକ ରୁଦ୍ର ପ୍ରସାଦ ଗୋଡ଼, ଚିତ୍ରକୋଣ୍ଡା ଅତିରିକ୍ତ ରାଜସ୍ବ ନିରୀକ୍ଷକ ସରୋଜ ମାଡ଼କାମି ଓ ଧନେଶ୍ୱର ସାମଲ ଚିତ୍ରକୋଣ୍ଡା ସାଇ ମନ୍ଦିର ପଛ ସାହିରେ ଥିବା ବିଜୟଙ୍କ ଘରକୁ ଯାଇ ତାଙ୍କ ବିଧବା ପତ୍ନୀ ରଶ୍ମିତା ନାୟକଙ୍କୁ ପରିବାର ସଦସ୍ୟଙ୍କ ଉପସ୍ଥିତିରେ ୨୫ ହଜାର ଟଙ୍କା ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରିଥିଲେ । ବିଜୟ ମୃତ୍ୟୁ ଘଟଣା ଓ ପରିବାର ସ୍ଥିତିକୁ ନେଇ ତହସିଲଦାର ଓ ଜିଲ୍ଲାପାଳ ତୁରନ୍ତ ପଦକ୍ଷେପ ନେଇଥିବାରୁ ପରିବାର ଲୋକ, ଲାଲବାହାଦୁର ଶାସ୍ତ୍ରୀ କ୍ଲବ ତଥା ଚିତ୍ରକୋଣ୍ଡା ଗ୍ରାମବାସୀ ଏନେଇ ପ୍ରଶଂସା କରିଛନ୍ତି ।