
ବେଲଗୁଣ୍ଠା-୨୮/୨-ବେଲଗୁଣ୍ଠା ୟୁନିଅନ୍ ବ୍ୟାଙ୍କ ଇଣ୍ଡିଆ ଶାଖାର କ୍ୟାସିୟର୍ ପ୍ରଭାକର୍ ସିଂ ଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି ।ଏହି ଅବସରରେ ଶାଖାରେ ଏକ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା ।ଶ୍ରୀ ସିଂ ନିଜ କର୍ମମୟ ଜୀବନରେ ସଚ୍ଚୋଟ,ସମୟାନୁବର୍ତିତା,
ଉତ୍ତମ ବ୍ୟବହାର ଯୋଗୁଁ ଗ୍ରାହକଙ୍କ ମଧ୍ୟରେ ପ୍ରିୟପାତ୍ର ହୋଇପାରିଥିଲେ ।ଏ ନେଇ ସମସ୍ତେ ଶ୍ରୀ ସିଂକୁ କୃତଜ୍ଞତା ଜ୍ଞାପନ କରି ଶ୍ରୀ ସିଂଙ୍କ ଅବସରକାଳୀନ ସୁଖମୟ ଓ ସୁସ୍ଥ ଜୀବନର କାମନା କରିଥିଲେ ।ଶାଖା ପରିଚାଳକ ଦିଲ୍ଲୀପ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି କାର୍ଯ୍ୟକ୍ରମ ରେ ଶାଖାର ଅନ୍ୟ କର୍ମଚାରୀ, କୁଲାଡ, ଭଞ୍ଜନଗର,ଆସ୍କା, ନିମିନା ଓ ଗୋବରା ଶାଖାର ସମସ୍ତ କର୍ମଚାରୀ ଯୋଗଦେଇଥିଲେ ।