Related Stories
November 24, 2024
ମାଲକାନଗିରି, ଗତ ଦୁଇ ଦିନତଳେ ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ଧୂଳିପୁଟ ପଞ୍ଚାୟତ ଜୁମଡାଙ୍ଗ ଗ୍ରାମକୁ ଯାଇ ପିଲା ମାନଙ୍କୁ ବିଦ୍ୟାଳୟ ଆଣି ପାଠ ପଡ଼ାଇବାକୁ ଚିତ୍ରକୋଣ୍ଡା ବ୍ଲକ ଶିକ୍ଷାଧିକାରୀ ସୁଶ୍ରୀ ଗାୟତ୍ରୀ ଦେବୀ ଉକ୍ତ ଗ୍ରାମକୁ ଯାଇଥିଲେ! ଗାଁ ଟି ଓଡିଶା ଓ ଆନ୍ଧ୍ର ସିମାନ୍ତ ଥିବାରୁ ଏହି ଗାଁ ର ପିଲାମାନେ ଓଡ଼ିଆ ପାଠ ନପଢି ତେଲୁଗୁ ରେ ପାଠ ପଢୁଥିଲେ! ପୂର୍ବ ପ୍ରତିଶୃତି ଅନୁଯାଇ ଆଜି ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ଧୂଳିପୁଟ ପଞ୍ଚାୟତ ଜୁମଡାଙ୍ଗ ଗାଁର ୧୪ ଜଣ ଛାତ୍ର-ଛାତ୍ରୀଙ୍କୁ ବଡପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନାମ ଲେଖାଯାଇଛି। ଓଡ଼ିଶା ଆନ୍ଧ୍ର ସୀମାନ୍ତରେ ଥିବା ଜୁମଡାଙ୍ଗ ଅଞ୍ଚଳଟି ଏବେ କେତେ ଦିନ ହେଲା ବେଶ ଚର୍ଚ୍ଚାରେ ରହିଥିଲା। ଚିତ୍ରକୋଣ୍ଡା ଗୋଷ୍ଠୀ ଶିକ୍ଷା ଅଧିକାରୀ ଏକ ଅଭିନବ ପ୍ରୟାସ କରିଛନ୍ତି। ଜୁମଡାଙ୍ଗ ଗାଁର ଛାତ୍ର-ଛାତ୍ରୀଙ୍କୁ ଗାଡ଼ିକରି ଆଣି ବଡପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନାମ ଲେଖାଯାଇଛି। ଛାତ୍ର-ଛାତ୍ରୀଙ୍କୁ ଚିତ୍ରକୋଣ୍ଡା ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଶ୍ରୀ ଗାୟତ୍ରୀ ଦେବୀ, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଅଞ୍ଜନ ଚୌଧରି, ସିଆର ସି ପିତାମ୍ବର ଖରା, ପୂର୍ବତନ ସିଆରସି ନିତାଇ ରାୟ ଛାତ୍ର-ଛାତ୍ରୀଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସ୍ବାଗତ କରିଥିଲେ। ଏହି କାର୍ଯ୍ୟକ୍ରମ ଜୁମଡାଙ୍ଗ ଅଞ୍ଚଳର ନଗେଶେ ଖିଲ, ସୀତାରାମ ହନ୍ତାଲ, ରାମ ହନ୍ତାଲ ସହଯୋଗ କରିଥିଲେ। ୬ଜଣ ବାଳିକା,ଆଠ ଜଣ ବାଳକ ନାମ ଲେଖାଇଛନ୍ତି। ଏହା ସହ ଛାତ୍ର-ଛାତ୍ରୀଙ୍କୁ ବହି, ଖାତା, ପୋଷାକ, ଜୋତା ପ୍ରଦାନ କରାଯାଇଥିଲା। ଛାତ୍ର ଛାତ୍ରୀ ମାନଙ୍କର ଆଧାର କାର୍ଡ ନଥିବାରୁ ସେମାନଙ୍କୁ ଯଥା ଶୀଘ୍ର ଆଧାର କାର୍ଡ ଯୋଗେଇ ଦେବାକୁ ପଦକ୍ଷେପ ନିଆଯିବ ବୋଲି ଗୋଷ୍ଠୀ ଶିକ୍ଷା ଅଧିକାରୀ କହିଛନ୍ତି।ଏହି ପଦକ୍ଷେପ ଜୁମ ଡାଙ୍ଗ ଅଞ୍ଚଳର ଲୋକମାନେ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ପ୍ରଶଂସା କରିଛନ୍ତି। କିଛି ଦିନ ତଳେ ଚିତ୍ରକୋଣ୍ଡା ଆଇସିଡିଏସ ସିଡିପିଓ ଗୀତାଞ୍ଜଳି ମହାରଣା ଉକ୍ତ ଗ୍ରାମକୁ ଯାଇଥିଲେ ଉକ୍ତ ଗ୍ରାମରେ ଅଙ୍ଗନବାଡି କେନ୍ଦ୍ର ଖୋଲିବାକୁ ନିଷ୍ପତ୍ତି ନେବା ସହ ଅଙ୍ଗନବାଡି କର୍ମି ନିଯୁକ୍ତି ନିମନ୍ତେ ବିଜ୍ଞାପନ କରିଛନ୍ତି ଖୁବ ଶୀଘ୍ର ଅଙ୍ଗନବାଡି କେନ୍ଦ୍ର ଖୋଲାଯିବ ବୋଲି ସୁଚନା ମିଳିଛି।