ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କ୍ରୀଡ଼ାର ଏକ ବିଶ୍ୱସ୍ତରୀୟ ଦିଗ ରହିଛି ଏବଂ ଏହି ଦୃଷ୍ଟିକୋଣ କ୍ରୀଡ଼ା ବ୍ୟବସ୍ଥାରେ ସମ୍ପ୍ରତି ସଂସ୍କାରର ମାର୍ଗଦର୍ଶନ କରୁଛି । ଖେଲୋ ଇଣ୍ଡିଆ ଅଭିଯାନ ଠାରୁ ଅଲିମ୍ପିକ୍ ପୋଡିୟମ୍ ଷ୍ଟାଡିୟମ୍ ପର୍ଯ୍ୟନ୍ତ ଏକ ସାମଗ୍ରିକ ଉପାୟ ଅଛି । କ୍ରୀଡ଼ା ବୃତ୍ତିଧାରୀଙ୍କ ହାତ ଧରି ତୃଣମୂଳ ସ୍ତରରେ ପ୍ରତିଭା ମାନ୍ୟତା ଠାରୁ ଆରମ୍ଭ କରି ସେମାନଙ୍କୁ ସର୍ବୋଚ୍ଚ ବିଶ୍ୱ ପ୍ଲାଟଫର୍ମକୁ ଆଣିବା ପର୍ଯ୍ୟନ୍ତ କାର୍ଯ୍ୟ କରାଯାଉଛି । ପ୍ରତିଭା ମାନ୍ୟତା ଠାରୁ ଆରମ୍ଭ କରି ଦଳ ଚୟନ ପର୍ଯ୍ୟନ୍ତ ସ୍ୱଚ୍ଛତା ହେଉଛି ସରକାରଙ୍କ ପ୍ରାଥମିକତା । କ୍ରୀଡ଼ାବିତ୍ଙ୍କ ସମ୍ମାନ ଏବଂ ସେମାନଙ୍କର ଅବଦାନର ସ୍ୱୀକୃତି ନିଶ୍ଚିତ କରାଯାଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ସମ୍ପ୍ରତି ଜାତୀୟ ଶିକ୍ଷା ନୀତିରେ କ୍ରୀଡାକୁ ଉଚ୍ଚ ସ୍ଥାନ ଦିଆଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । କ୍ରୀଡା, ଯାହା ପୂର୍ବରୁ ଅତିରିକ୍ତ ପାଠ୍ୟକ୍ରମ କାର୍ଯ୍ୟକଳାପ ଭାବରେ ବିବେଚନା କରାଯାଉଥିଲା, ତାହା ବର୍ତ୍ତମାନ ପାଠ୍ୟକ୍ରମର ଏକ ଅଂଶ ଭାବରେ ଗ୍ରହଣ କରାଯାଉଛି ଏବଂ ପିଲାମାନଙ୍କ ଶିକ୍ଷାରେ କ୍ରୀଡ଼ାର ଗ୍ରେଡ୍ ଗଣନା କରାଯିବ । କ୍ରୀଡ଼ା ପାଇଁ ଉଚ୍ଚଶିକ୍ଷା ଏବଂ କ୍ରୀଡ଼ା ବିଶ୍ୱବିଦ୍ୟାଳୟ ଗଠନ କରାଯାଉଛି ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି । କ୍ରୀଡା ବିଜ୍ଞାନ ଏବଂ କ୍ରୀଡା ପରିଚାଳନାକୁ ବିଦ୍ୟାଳୟ ସ୍ତରକୁ ନେବାର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି କାରଣ ଏହା ଯୁବପଢୀଙ୍କ କ୍ୟାରିୟରର ଆଶାକୁ ବିକଶିତ କରିବ ଏବଂ କ୍ରୀଡ଼ା ଅର୍ଥନୀତିରେ ଭାରତର ଉପସ୍ଥିତି ଜାହିର କରିପାରିବ ।ଶ୍ରୀ ମୋଦୀ ଯୁବ କ୍ରୀଡ଼ାବିତ୍ମାନଙ୍କୁ ମନେ ରଖିବାକୁ କହିଥିଲେ ଯେ ସେମାନେ ଆତ୍ମ ନିର୍ଭର ଭାରତର ବ୍ରାଣ୍ଡ ଆମ୍ବାସାଡର ଅଟନ୍ତି । କ୍ରୀଡ଼ା କ୍ଷେତ୍ରରେ ସେମାନଙ୍କର ପ୍ରଦର୍ଶନ ମାଧ୍ୟମରେ ବିଶ୍ୱ ଭାରତର ମୂଲ୍ୟାଙ୍କନ କରୁଥିବା କହି ପ୍ରଧାନମନ୍ତ୍ରୀ ତାଙ୍କର ବକ୍ତବ୍ୟ ସମାପ୍ତ କରିଥିଲେ ।ଆଜି ପ୍ରଧାନମନ୍ତ୍ରୀ ଉଦ୍ଘାଟନ କରିବେ ଖେଳଣା ମେଳାନୂଆଦିଲ୍ଲୀ,୨୭ ଫେବୃଆରୀ (ହି.ସ.) ପ୍ରଧାମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ୧୧ଟାବେଳେ ଭିଡିଓ କନ୍ଫରେନ୍ସିଂ ଜରିଆରେ ଭାରତୀୟ ଖେଳଣା ମେଳା ଉଦ୍ଘାଟନ କରିବେ । ଶିଶୁର ମନର ବିକାଶରେ ଖେଳଣାର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିବା ବେଳେ ତାହାର ମନସ୍ତାତ୍ୱିକ ଓ ବୋଧଶକ୍ତିର ବିକାଶ ମଧ୍ୟ କରିଥାଏ । ଗତବର୍ଷ ଅଗଷ୍ଟ ମାସରେ ମନ କୀ ବାତ୍ ଜରିଆରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଖେଳଣା କେବଳ କର୍ମପ୍ରବଣ କରେ ନାହିଁ, ପରନ୍ତୁ ଆକାଂକ୍ଷାକୁ ମଧ୍ୟ ପ୍ରୋତ୍ସାହନ ଦେଇଥାଏ । ଖେଳଣା ଶିଶୁର ସାମଗ୍ରିକ ବିକାଶରେ ସହାୟକ ହେଉଥିବାରୁ ପ୍ରଧାନମନ୍ତ୍ରୀ ଭାରତରେ ଖେଳଣା ତିଆରି ଉପରେ ଗୁରତ୍ୱାଆରୋପ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟିର ଫଳସ୍ୱରୂପ ଭାରତ ଖେଳଣା ମେଳା -୨୦୨୧ ଆୟୋଜିତ ହେଉଛି ।ଏହି ମେଳା ଫେବୃୟାରୀ ୨୭ରୁ ମାର୍ଚ୍ଚ ଦୁଇ ତାରିଖ ମଧ୍ୟରେ ଆୟୋଜିତ ହେବ । ସମସ୍ତ ଅଂଶଗ୍ରହଣକାରୀ ଯଥା କ୍ରେତା, ବିକ୍ରେତା, ବିଦ୍ୟାର୍ଥୀ, ଶିକ୍ଷକ, ଡିଜାଇନର ଭର୍ଚୁଆଲ ଫ୍ଲାଟଫର୍ମରେ ଏକତ୍ରିତ ହୋଇ ଖେଳଣା ଶିଳ୍ପର ବିକାଶ ଉପରେ ନିଜ ନିଜ ମତମତ ରଖିବେ । ଏହି ପ୍ଲାଟଫର୍ମ ଜରିଆରେ ସରକାର ଓ ଶିଳ୍ପ ସଂସ୍ଥା ଏକାଠି ଭାରତ ଭବିଷ୍ୟତରେ କିପରି ଖେଳଣା ଉତ୍ପାଦନରେ ବିଶ୍ୱରେ ଅଗ୍ରଣୀ ଭୂମିକା ନେବ ତଥା ଏ ଦିଗରେ ପୁଞ୍ଜିନିବେଶ ଓ ରପ୍ତାନୀ ବୃଦ୍ଧି ଇତ୍ୟାଦି ନେଇ ଆଲୋଚନା କରିବେ ।୩୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳରୁ ଏକ ହଜାରରୁ ଅଧିକ ପ୍ରଦର୍ଶକ ସେମାନଙ୍କ ସାମଗ୍ରୀର ଇ-କମର୍ସ ଜରିଆରେ ଭର୍ଚ୍ୟୁଆଲ ପ୍ରଦର୍ଶନ କରିବେ । ଏଥିରେ ଭାରତୀୟ ପାରମ୍ପରିକ ଖେଳନା ବ୍ୟତୀତ ଆଧୁନିକ ଖେଳନା ଯଥା ଇଲେକ୍ଟୋନିକ ଖେଳନା, ତୁଳା ଓ ପଶମ ଖେଳନା, ପଜଲ ଓ ଗେମ୍ସ ଜାତୀୟ ଖେଳନା ପ୍ରଦର୍ଶିତ ହେବ । ଏଥିପାଇଁ ଆୟୋଜିତ ହେବାକୁ ଥିବା ୱେବିନାର ଓ ପାଜେଲ ଡିସ୍କସନରେ ବହୁ ବିଶିଷ୍ଟ ଜାତୀୟ ଓ ଆନ୍ତର୍ଜାତୀୟ ବକ୍ତା ଭାଗ ନେବେ । ଅନେକ ପ୍ରକାର କାର୍ଯ୍ୟକଳାପ ନିମନ୍ତେ ପିଲାମାନଙ୍କ ପାଇଁ ଏହି ମେଳା ଏକ ଅପୂର୍ବ ସୁଯୋଗ ଆଣିଦେବ ।