
ନୂଆପଡ଼ା, ସୁନାବେଡ଼ା ଅଭୟାରଣ୍ୟର ଚେରେଚୁଆଁ ନିକଟରୁ ଏକ ସାଢ଼େ ୫ କେଜି ଓଜନ ବିଶିଷ୍ଟ ଲ୍ୟାଣ୍ଡ ମାଇନ ୍ ଠାବ କରାଯାଇଛି । ଏହି ଲ୍ୟାଣ୍ଡ ମାଇନ୍ କୁ ସିଆରପିଏଫ ପକ୍ଷରୁ ଠାବ କରାଯିବା ସହିତ ନିଷ୍କ୍ରିୟ କରାଯାଇଛି । ସିଆରପିଏଫ ୨୧୬ ବାଟାଲିୟନର ବୋମା ନିଷ୍କ୍ରିୟ କାରୀ ଦଳ ଏହାକୁ ନିଷ୍କ୍ରିୟ କରିଥିବା ସୂଚନା ମିଳିଛି ।