
ମାଲକାନଗିରି, ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ସଦର ମହକୁମା ପୁସୁଗୁଡା ଠାରେ ଅଲଟ୍ରାଟେକ କମ୍ପାନୀ ପକ୍ଷରୁ ରାଜମିସ୍ତ୍ରୀଙ୍କୁ ନେଇ ଏକ ଦିନିକିଆ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ତାଲିମ ଦାତା ଭାବେ କମ୍ପାନୀର ଇଞ୍ଜିନିୟର ଆଶିଷ ପାତ୍ର ଯୋଗଦେଇ ରାଜମିସ୍ତ୍ରୀ ମାନଙ୍କୁ କମ୍ପାନୀ ସିମେଣ୍ଟ ସହ ଅନ୍ୟାନ୍ୟ ଉତ୍ପାଦନ କରୁଥିବା ଜିନିଷ ଗୁଡିକ ବିଷୟରେ ପ୍ରଥମେ ସୂଚନା ଦେଇଥିଲେ । ପରେ ଅଲଟ୍ରାଟେକ ସିମେଣ୍ଟର ଗୁଣବତା ଓ ସ୍ଥାୟିତ୍ୱ ନିର୍ମାଣ କ୍ଷେତ୍ରରେ ବ୍ୟବହାର ସମ୍ପର୍କରେ ବୁଝାଇଥିଲେ । ଏହି ଶିବିରରେ କାଲିମେଳାର ୧ ୫ ଜଣ ରାଜମିସ୍ତ୍ରୀ ଯୋଗଦେଇଥିଲେ । ଶିବିରକୁ କାଲିମେଳାର ଅଲଟ୍ରାଟେକ ସିମେଣ୍ଟ ବିତରକ ସନ୍ତୋଷ ସାହୁ ପରିଚାଳନା କରିଥିଲେ ।