ବୌଦ୍ଧ – ବୌଦ୍ଧ ଜିଲା ମନମୁଣ୍ଡା ଗୋÂି ସ୍ୱାସ୍ଥ୍ୟକେନ୍ଦ୍ର ଅଧିନରେ କାର୍ଯ୍ୟରତ ଜନୈକ ଏଏନଏମଙ୍କୁ ହଇରାଣ ଓ ମାନସିକ ନିର୍ଯ୍ୟାତନା ଦେବା ମାମଲାରେ ମନମୁଣ୍ଡା ଡାକ୍ତର ଓ ସୁପରଭାଇଜରଙ୍କ ବଦଳି ଦାବୀ କରିଛି ଓଡିଶା ବହୁମୁଖୀ ମହିଳା ସ୍ୱାସ୍ଥ୍ୟ କର୍ମୀ ସଂଘ । ଏନେଇ ସଂଘ ପକ୍ଷରୁ ସୋମବାର ଦିନ ବୌଦ୍ଧ ଜିଲାପାଳ ଓ ବୌଦ୍ଧ ଜିଲା ମୁଖ୍ୟ ଚିକିସôାଅଧିକାରୀଙ୍କୁ ଦାବୀ ପତ୍ର ପ୍ରଦାନ କରାଯାଇଛି । ଅଭିଯୋଗ ଅନୁଯାୟୀ ମନମୁଣ୍ଡା ସ୍ୱାସ୍ଥ୍ୟକେନ୍ଦ୍ର ଅଧିନରେ ବରଗୋଛା ସବସେଣ୍ଟରରେ ମହିଳା ସ୍ୱାସ୍ଥ୍ୟକର୍ମୀ ଭାବେ ଝୁମି ସାହୁ କାର୍ଯ୍ୟରତ ଥିଲେ । କିନ୍ତୁ ମହିଳା ସ୍ୱାସ୍ଥ୍ୟ କର୍ମୀ ଜଣକ ଗତ ଜୁଳାଇ ୧ ତାରିଖ ଠାରୁ ୬ ମାସ ପାଇଁ ପ୍ରସବ କାଳିନ ଛୁଟି ନେଇଥିଲୋ । ମହିଳା ସ୍ୱାସ୍ଥ୍ରକର୍ମୀ ଶ୍ରୀ ମତି ସାହୁ ତାଙ୍କର ଗର୍ଭବସ୍ଥା ଥିବା ସମୟରେ ୪ ମାସର ଦରମା ଓ ଅନ୍ୟ ବିଲ ବାବଦକୁ ୧ ଲକ୍ଷ ଟଙ୍କା ଦେବାକୁ ମନମୁଣ୍ଡା ମେଡିକାଲ ଅଫିସର ମହେନ୍ଦ୍ର ସାଏ ଓ ସୁପରଭାଇଜର ସୁଦର୍ଶନ ପ୍ରଧାନ ଅନୁରୋଧ କରିଥିଲେ । କିନ୍ତୁ ଉଭୟ ଅଧିକାରୀ କୁଆଡେ ୨୦ ହଜାର ଟଙ୍କା ଲାଞ୍ଚ ମାଗିବା ସହ ମାନସିକ ନିର୍ଯ୍ୟାତନା ଦେବା ସହ ବଦଳି ଓ ନିଲମ୍ବିତ କରିବାକୁ ମଧ୍ୟ ଧମକ ଦିଆଯାଇଥିବା ନେଇ ଶ୍ରୀମତି ସାହୁ ଅଭିଯୋଗ କରିବା ସହ ଜିଲା ମୁଖ୍ୟ ଚିକିସôାଅଧିକାରୀଙ୍କୁ ସେ ସମୟରେ ଜଣାଇଥିଲେ । ଆହୁରୀ ମଧ୍ୟ ଶ୍ରୀ ମତି ସାହୁ ରାଜ୍ୟ ମାନବାଧିକାର କମିଶନଙ୍କ ଅବଗତ କରାଇଥିଲେ । କିନ୍ତୁ ଆଜି ପର୍ଯ୍ୟନ୍ତ ଏହି ମାମଲାରେ ପ୍ରଶାସନ ଚୁପ ରହିଥିବା ନେଇ ତୁରନ୍ତ ମହିଳା ସ୍ୱାସ୍ଥ୍ୟ କର୍ମୀଙ୍କୁ ନ୍ୟାୟ ପ୍ରଦାନ ଦାବୀରେ ସୋମବାର ଦିନ ଓଡିଶା ବହୁମଖୀ ମହିଳା ସ୍ୱାସ୍ଥ୍ୟକର୍ମୀ ସଂଘ ସାଧାରଣ ସଂପାଦିକା ମମତା ନାଏକଙ୍କ ନେତୃତ୍ୱରେ ସଂଘର କର୍ମକର୍ତା ବୌଦ୍ଧ ଜିଲାପାଳ ଓ ଜିଲା ମୁଖ୍ୟଚିକିସôା ଅଧିକାରୀଙ୍କୁ ଭେଟି ତୁରନ୍ତ କାର୍ଯ୍ୟରତ ଡାକ୍ତର ଶ୍ରୀ ସାଏ ଓ ସୁପରଭାଇଜର ଶ୍ରୀ ପ୍ରଧାନ ବଦଳି ଦାବୀ କରିବାକୁ ଲିଖିତ ଭାବେ ଜଣାଇଅଛନ୍ତି । ତୁରନ୍ତ ଏହା ଉପରେ କୌଣସି କାର୍ଯା୍ୟାନୁÂାନ ଯଦି ଗ୍ରହଣ କରାନଯାଏ ଆଗାମୀ ଦିନରେ ସଂଘ ପକ୍ଷରୁ ରାଜ୍ୟବ୍ୟାପୀ ଆନେ୍ଦାଳନ କରିବାକୁ ଚେତାବନୀ ଦେଇଅଛନ୍ତି । ଏହି ଦାବୀ ପତ୍ର ସମୟରେ ସଂଘ ସଭାପତି ମିନତି ନାଏକ, ଉପସଭାପତି ଅନୁପମା ପଣ୍ଡ, ଗଜପତିର ପ୍ରଣିତା ନଶ,କ, ବଲାଙ୍ଗିରର ରୀନା ମିଶ୍ର , ନୟାଗଡର କାଞ୍ଚନ ମହାରଣା ପ୍ରମୁଖ ଉପସ୍ଥୁିତ ଥିଲେ ।
Related Stories
November 24, 2024
November 24, 2024