
ସୁବର୍ଣ୍ଣପୁର, ସୁବର୍ଣ୍ଣପୁର ଜିଲ୍ଲାର ବିନିକା ଥାନା ଭିତରେ ଜଣେ ଯୁବ ଠିକାଦାରଙ୍କ ଆତ୍ମାହୁତି ଉଦ୍ୟମ କରିଛନ୍ତି । ଦେହରେ କିରୋସିନି ଢାଳି ନିଆଁ ଲଗାଇବାକୁ ଉଦ୍ୟମ କରିଛନ୍ତି । ବେବେ ଉପସ୍ଥିତ ପୋଲିସ କର୍ମଚାରୀ ମାନେ ତାଙ୍କୁ କାବୁ କରି ନେଇଥିଲେ । ରାସ୍ତା କାମରେ ବକେୟା ୮୭ ହଜାର ଟଙ୍କା ନମଳିବାରୁ ସେ ଏଭଳି ଚରମ ପଦକ୍ଷେପ ଗ୍ରହଣ କରିଥିବା ଗଣମାଧ୍ୟମକୁ କହିଛନ୍ତି । ଉପସ୍ଥିତ ପୋଲିସ ଅଧିକାରୀ ଓ କର୍ମଚାରୀ ମାନେ ତାଙ୍କୁ କାବୁ କରି ଥାନାରେ ଅଟକ ରଖିଛନ୍ତି ।ପୋଲିସର ସୂଚନା ଅନୁଯାୟୀ, ଧମକ ଦେବା ଅଭିଯୋଗରେ ଠିକାଦାରଙ୍କୁ ଥାନାକୁ ଡାକିଥିଲା ପୋଲିସ । ବିଭାଗୀୟ କନିଷ୍ଠ ଯନ୍ତ୍ରୀଙ୍କୁ ଧମକ ଅଭିଯୋଗରେ ପୋଲିସ ତାଙ୍କୁ ଥାନାକୁ ଡକାଇଥିଲା । ହେଲେ ଥାନାକୁ ଆସି ସେ ଦେହରେ କିରୋସିନି ଢ଼ାଳି ସେ ଆତ୍ମାହୁତି ଉଦ୍ୟମ କରିଥିଲେ ।