ମାଲକାନଗିରି, ଚିତ୍ରକୋଣ୍ଡା ସାଇମନ୍ଦିର ପଛ ସାହିର ୨ ୯ ବର୍ଷୀୟଯୁବକ ବିଜୁ ନାୟକ ଗତକାଲି ଅପରାହ୍ନରେ ଚିତ୍ରକୋଣ୍ଡା ଖେଳ ପଡିଆରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଦେଖୁଥିଲେ । ହଠାତ ଛାତି ଯନ୍ତ୍ରଣା ହେବାରୁ କ୍ଲବର ପିଲା ମାନେ ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ଆଣିଥିଲେ । ହେଲେ ମେଡିକାଲରେ କେବଳ ଆଟେଡାଣ୍ଟ ସଦାନନ୍ଦଙ୍କ ବ୍ୟତୀତ କେହି ଡାକ୍ତର କି ଷ୍ଟାଫ୍ ନର୍ସ ନଥିଲେ l ଦୀର୍ଘ ସମୟ ଧରି ଡାକ୍ତର ନଆସିବାରୁ ରୋଗୀ ର ଯନ୍ତ୍ରଣା ବଢ଼ିବାରେ ଲାଗିଥିଲା । ଶେଷରେ ଆଟେଡାଣ୍ଟ ଡାକ୍ତରଙ୍କୁ ଡାକିବାକୁ ଯାଇଥିଲେ । ହେଲେ ଡାକ୍ତର ଆସିବାରେ ବିଳମ୍ବ ହୋଇଯାଇ ଥିବାରୁ ଚିକିତ୍ସା ଅବହେଳାରୁ ଡାକ୍ତର ଆସିବା ବେଳକୁ ରୋଗୀଟି ପ୍ରାଣ ହରାଇଥିଲା l ଜରୁରୀ ଚିକିତ୍ସା ଅଭାଵରୁ ରୋଗୀ ମୃତ୍ୟୁ ଘଟିଥିବା ପରିବାର ଓ ଲାଲବାହାଦୁର ଶାସ୍ତ୍ରୀ କ୍ଲବ ର ସଦସ୍ୟ ମାନେ ଅଭିଯୋଗ କରିବା ସହ ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଳୟ ରେ ଲାଗି ରହିଥିଲା l ଘଟଣାସ୍ଥଳରେ ଚିତ୍ରକୋଣ୍ଡା ପୋଲିସ ପହଞ୍ଚି ତଦନ୍ତ କରିବା ସହ ବୁଝାସୁଝା କରିବା ପରେ ସାନ୍ତପଡିଥିଲା । ହେଲେ ଆଜି ବିଜୁ ର ପରିବାରକୁ ନ୍ୟାୟ ଦାବିରେ ଲାଲ ବାହାଦୁର ଶାସ୍ତ୍ରୀ କ୍ଲବ ତରଫରୁ ଚିତ୍ରକୋଣ୍ଡା ର ସମସ୍ତ ଦୋକାନ ବଜାର ଗାଡି ଚଳାଚଳ ବନ୍ଦ କରାଯାଇଛି!ଚିତ୍ରକୋଣ୍ଡାର ଶତାଧିକ ପୁରୁଷ ଓ ମହିଳା ମେଡିକାଲ ସମ୍ମୁଖରେଧାରଣା ରେ ବସିଛନ୍ତି!ପରିସ୍ଥିତି ଉତେଜନା ପ୍ରବଣ ଥିବାରୁ ମେଡ଼ିକାଲରେ ପୋଲିସ ମୃତୟନ କରାଯାଇଛି!