କେନ୍ଦୁଝର,ଗତକାଲି ରାତିରେ କେନ୍ଦୁଝର ଜିଲ୍ଲାର ଢ଼େଙ୍କିକୋଟରୁ ରାଉରକେଲା ଅଭିମୁଖେ ଯାଉଥିବା ଏକ ଯାତ୍ରୀବାହି ବସ୍ କାଞ୍ଜିପାଣି ଘାଟିଠାରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଫଳରେ ଘଟଣାସ୍ଥଳରେ ଜଣକର ମୃତ୍ୟୁ ହେବା ସହ ୨୫ ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣକର ଅବସ୍ଥା ସଙ୍କଟାପନ୍ନ ରହିଥିବା ବେଳେ ୯ ଜଣ ଗୁରୁତର ରହିଛନ୍ତି । ସମସ୍ତ ଆହତଙ୍କୁ ତେଲକୋଇ ଅଗ୍ନିଶମ ବିଭାଗ ଓ ପୋଲିସର ସହଯୋଗରେ ଉଦ୍ଧାର କରାଯାଇ କାଞ୍ଜିପାଣି ଡ଼ାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ଗୁରୁତର ମାନଙ୍କୁ ଅଧିକ ଚିକିତ୍ସା ନିମନ୍ତେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି । ପୋଲିସ ଦୁର୍ଘଟଣାଗ୍ରସ୍ତ ବସ୍ କୁ ଜବତ କରିବା ସହ ଏନେଇ ତଦନ୍ତ ଜାରୀ ରଖିଛି । ଏଠାରେ ଉଲ୍ଲେଖଯୋଗ୍ୟ, କାଞ୍ଜିପାଣି ଘାଟିରେ ଅଧିକାଂଶ ସମୟରେ ଅନୁରୂପ ଦୁର୍ଘଟଣା ଘଟି ଧନଜୀବନ ହାନି ଘଟୁଥିବା ଲକ୍ଷ୍ୟ କରାଯାଉଛି ।
Related Stories
May 19, 2024