
ଢ଼େଙ୍କାନାଳ, କରୋନା କଟକଣା ମଧ୍ୟରେ ଢ଼େଙ୍କାନାଳ ଜିଲ୍ଲାର ଯୋରନ୍ଦା ସ୍ଥିତ ମହିମା ଗାଦି ଠାରେ ଆଜିଠୁ ଆରମ୍ଭ ହେବାକୁ ଯାଉଛି ବିଶ୍ୱ ପ୍ରସିଦ୍ଧ ମହିମା ଧର୍ମର ସାଧୁସନ୍ଥଙ୍କ ମେଳା ଯୋରନ୍ଦା ମେଳା । ପ୍ରତିବର୍ଷ ଏହି ମେଳା ପାଂଚ ଦିନ ବ୍ୟାପୀ ଚାଲୁଥିବା ବେଳେ ରାଜ୍ୟ ତଥା ରାଜ୍ୟ ବାହାରୁ ଏଠାରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଭିଡ଼ ହୋଇଥାଏ । ହେଲେ ଚଳିତ ବର୍ଷ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ନିରାଡ଼ମ୍ବର ଭାବେ ଆୟୋଜିତ ହେବାକୁ ଯାଉଛି ଏହି ମେଳା । ସଂକ୍ରମଣକୁ ଏଡାଇବାକୁ ଭକ୍ତଙ୍କ ଦର୍ଶନକୁ ବାରଣ କରିଛି । ଭକ୍ତଙ୍କ ଆସିବା ଉପରେ କଟକଣା ଜାରୀ କରାଯାଇଛି । କେବଳ ସାଧୁସନ୍ଥ ମାନେ ଏଠାକୁ ଆସିପାରିବେ । ମହିମା ଗାଦିକୁ ଆସୁଥିବା ପ୍ରତ୍ୟେକ ସାଧୁସନ୍ଥଙ୍କ କୋଭିଡ଼୍ ଟେଷ୍ଟ କରାଯାଉଛି । କୋଭିଡ଼୍ ଟେଷ୍ଟ ପରେ ଭିତରକୁ ଯିବାକୁ ଅନୁମତି ଦିଆଯାଉଛି । କୋଭିଡ଼୍ କଟକଣାକୁ ଅନୁପାଳନ କରି ସମସ୍ତ ନୀତିକାନ୍ତି ଅଗେଇ ଚାଲିଛି ।
ଏଠାରେ ଉଲ୍ଲେଖଯୋଗ୍ୟ, ଯୋରନ୍ଦା ସ୍ଥିତ ମହିମା ଗାଦି ଠାରେ ପ୍ରତ୍ୟେକ ବର୍ଷ ପାଂଚ ଦିନ ବ୍ୟାପୀ ଏହି ମେଳା ଅନୁଷ୍ଠିତ ହୋଇଥାଏ । ରାଜ୍ୟ ତଥା ଦେଶର ବିଭିନ୍ନ ସ୍ଥାନରୁ ଏଠାକୁ ସାଧୁସନ୍ଥ ମାନଙ୍କ ଆଗମନ ହୋଇଥାଏ । ଗାଦି ଦର୍ଶନ, ସାଧୁଙ୍କ ସାନ୍ୱିଧ ପାଇବା ପାଇଁ ଏଠାରେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ । ହେଲେ ଚଳିତ ବର୍ଷ କରୋନା କଟକଣା ପାଇଁ ସବୁକିଛି ଫିକା ପଡିଛି । ନା ଅଛି ଶ୍ରଦ୍ଧାଳୁଙ୍କ ଭିଡ଼ ନା ଅଛି ମେଳା, ଦୋକାନ ବଜାର, କୋଳାହଳ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO