
ଢ଼େଙ୍କାନାଳ, ପାଣି ସମସ୍ୟା ନେଇ ୫୩ ନଂ ଜାତୀୟ ରାଜପଥ ଭୁବନ-ପର୍ଜଙ୍ଗ ରାସ୍ତାର ମୁକ୍ତାପଶି ଛକ ନିକଟରେ ଆଜି ଦୀର୍ଘ ସମୟ ଧରି ରାସ୍ତା ଅବରୋଧ କରିଥିଲେ କାମାକ୍ଷାନଗର ବ୍ଲକ୍ ଅନ୍ତର୍ଗତ ପଥର ଖମ୍ବ ଗ୍ରାମବାସୀ । ଖରାଦିନ ଆରମ୍ଭ ନହେଉଣୁ ଅଂଚଳରେ ପାନୀୟ ଜଳ ସଙ୍କଟ ଉତ୍କଟ ରୂପ ନେଲାଣି । ଆଗକୁ ସ୍ଥିତି ଅସମ୍ଭାଳ ହୋଇପଡିବାର ଆଶଙ୍କା କରାଗଲାଣି । ଅଧିକାରୀଙ୍କୁ ସମସ୍ୟା ବାବଦରେ ବାରମ୍ବାର ଜଣାଇଲେ ମଧ୍ୟ ସମସ୍ୟାର ସମାଧାନ ହୋଇପାରୁନାହଁ । ଯାହାର ପ୍ରତିବାଦରେ ଶେଷରେ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହୋଇଥିଲେ ଗ୍ରାମବାସୀ ।
ଗରା ବାଲଟି ଧରି ରାସ୍ତା ଅବରୋଧ କରିଥିଲେ ଗ୍ରାମର ଶତାଧିକ ମହିଳା ଓ ପୁରୁଷ । ଫଳରେ ରାସ୍ତାର ଉଭୟ ପାଶ୍ୱର୍ରେ ବହୁ ସଂଖ୍ୟାରେ ଯାନବାହନ ଅଟକି ରହିଥିଲା । ପରେ ଖବର ପାଇ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଂଚି ସମସ୍ୟାର ତୁରନ୍ତ ସମାଧାନ କରାଯିବା ନେଇ ପ୍ରତିଶୃତି ଦେବା ପରେ ରାସ୍ତା ଅବରୋଧ ହଟିଥିଲା ଏବଂ ସମ୍ପୃକ୍ତ ରୁଟ୍ ରେ ଯାନବାହନ ଚଳାଚଳ ସ୍ୱାଭାବିକ୍ ହୋଇଥିଲା ।