
-
କଂଗ୍ରେସ ବିଧାୟକଙ୍କ ହଟ୍ଟଗୋଳ ଯୋଗୁ ବିଧାନସଭା ମୁଲତବୀ

ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର କହିଛନ୍ତି ଯେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଗତ କାଲିର ଏକ ପ୍ରଶ୍ନର ଉତରରେ କହିଛନ୍ତି ଯେ ଚାଷୀ ମାନଙ୍କ ଠାରୁ ଧାନ କିଣା ବେଳେ କଟନି – ଛଟନି ହେଉଥିବା ନେଇ କୌଣସି ସୂଚନା ରାଜ୍ୟ ସରକାରଙ୍କ ନିକଟରେ ନାହିଁ । ସେ କହିଛନ୍ତି ଯେ ପ୍ରତିଦିନ କଟନି ଛଟନି ହେଉଥିବାର ଖବର ବିଭିନ୍ନ ସମ୍ବାଦପତ୍ରରେ ପ୍ରକାଶିତ ହେଉଛି । ତଥାପି ମଧ୍ୟ ରାଜ୍ୟ ସରକାରଙ୍କ ନିକଟରେ କିପରି ଖବର ପହୁଂଚୁ ନାହିଁ ।
ସେ କହିଛନ୍ତି ଏ ସମ୍ପର୍କରେ ବିଧାନସଭାରେ ଆଲୋଚନା ପରେ ମଧ୍ୟ କିଛି ଫଳ ମିଳୁ ନାହିଁ । କେବଳ ଭାଷଣ ରେକର୍ଡ ହେଉଛି । ଚାଷୀ ମାନେ ଯଦି ଠିକ ଭାବେ ସେମାନଙ୍କର ଧାନ ବିକ୍ରୀ କରି ପାରିବେ ନାହିଁ ତେବେ ଭୟଙ୍କର ସ୍ଥିତି ଉତ୍ପନ୍ନ ହେବାର ସମ୍ଭାବନା ରହିଛି । ଚାଷୀ ଆତ୍ମହତ୍ୟା ଘଟଣା ଦେଖି୍ବାକୁ ମିଳି ପାରେ ।
ଶ୍ରୀ ମିଶ୍ର କହିବା ପରେ କଂଗ୍ରେସ ବିଧାୟକ ମାନେ ଚାଷୀ ମାନଙ୍କର ସୁର କ୍ଷା ଆମର ଦାବି ବୋଲି ନାରାବାଜୀ କରି ଗୃହର ମଧ୍ୟ ଭାଗକୁ ଚାଲି ଆସିଥିଲେ । ଏହା ଫଳରେ ଉପ ବାଚସ୍ପତି ରଜନୀକାନ୍ତ ସିଂହ ଗୃହକୁ ୧୦ ମିନିଟ ଯାଏ ମୁଲତବୀ ରହିଲା ବୋଲି ଘୋଷଣା କରିଥିଲେ ।