ଅଙ୍ଗଦାନ ଏକ ମହତ ଦାନ I ସାଂପ୍ରତିକ ସ୍ଥିତିରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ହେଉ କିମ୍ବା ମେଡିକାଲ୍ ଛାତ୍ରଛାତ୍ରୀଙ୍କ ପାଠ ପଢା କ୍ଷେତ୍ରରେ ପ୍ରତ୍ଯେକ ସ୍ଥାନରେ ମୃତ ମନୁଷ୍ୟର ଅଙ୍ଗ ଗୁଡିକ ଖୁବ୍ ଉପାଦେୟ ହୋଇପଡ଼ିଛି I ଏହି ପରିପ୍ରେକ୍ଷିରେ ବର୍ତ୍ତମାନ ଅଙ୍ଗଦାନ ଏକ ସାମାଜିକ ଆନ୍ଦୋଳନର ରୂପ ନେଇଛି I ଯାହାର ଫଳ ସ୍ଵରୂପ ବହୁ ଯୁବକ,ଛାତ୍ର ଛାତ୍ରୀ ଏବଂ କର୍ମଜୀବି ବର୍ତ୍ତମାନ ସ୍ଵେଚ୍ଛାକୃତ ଭାବେ ନିଜର ମୃତ୍ୟୁ ପରେ ଅଙ୍ଗଦାନ ପାଇଁ ଆଗେଇ ଆସୁଛନ୍ତି I ଆଜି ଏହି ଅଙ୍ଗଦାନ ଆନ୍ଦୋଳନରେ ସାମିଲ୍ ହୋଇଛନ୍ତି ବେଲଗୁଣ୍ଠା ବ୍ଳକ୍ ଗାଙ୍ଗପୁର ପଞ୍ଚାୟତର କୁମୁଣ୍ଡି ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶିଶିର କୁମାର ସ୍ୱାଇଁ I ଭାରତ ଶରୀର ଓ ଅଙ୍ଗଦାନ ସମିତିର ଭଞ୍ଜନଗର ଉପଖଣ୍ଡ ସଂଯୋଜିକା ପ୍ରଭାତୀ ମଞ୍ଜରୀ ବେହେରାଙ୍କ ତତ୍ତ୍ୱାବଧାନରେ ଶିଶିର ଆଜି ମୃତ୍ୟୁ ନିଜର କିଡନୀ, ହୃତପିଣ୍ଡ,ଫୁସ୍ଫୁସ୍ ଆଦି ଦାନ କରିବା ପାଇଁ ଶପଥ ଗ୍ରହଣ କରିବା ସହିତ ଶ୍ରୀମତୀ ବେହେରାଙ୍କ ଠାରୁ ପରିଚୟ ପତ୍ର ଗ୍ରହଣ କରିଛନ୍ତି I ଶିଶିରଙ୍କ ସମେତ ଆଜି ଭଞ୍ଜନଗର ଅଞ୍ଚଳର ଶିକ୍ଷକ ତ୍ରିନାଥ ବେହେରା ଏବଂ ତାଙ୍କ ପତ୍ନୀ ସରସ୍ଵତୀ ଡାକୁଆ , ଶିକ୍ଷକ ଅବିନାଶ ପଣ୍ଡା, ଶିକ୍ଷକ ସୁଦାମ ଦଳବରା ,ମୋନାଲିସା ମିଶ୍ର, ଶିକ୍ଷକ ବୁଲୁ ବେହେରା ଏବଂ ତାଙ୍କ ପତ୍ନୀ ପଦ୍ମିନୀ କୁମାରୀ ବେହେରା ପ୍ରମୁଖ ଆଜି ଅଙ୍ଗଦାନ ପାଇଁ ଶପଥ ଗ୍ରହଣ କରିଛନ୍ତି I ଶିକ୍ଷକ ଶ୍ରୀ ସ୍ୱାଇଁଙ୍କ ଏହିଭଳି କାର୍ଯ୍ୟକୁ ବେଲଗୁଣ୍ଠା ପ୍ରାଥମିକ ଶିକ୍ଷକ ସଂଗଠନ, ବେଲଗୁଣ୍ଠା ସାହିତ୍ୟ ଘର ସଦସ୍ୟ ଏବଂ ବେଲଗୁଣ୍ଠା ପ୍ରେସ୍ କ୍ଳବ୍ ସଦସ୍ୟମାନେ ସାଧୁବାଦ ଜଣାଇଛନ୍ତି I
Related Stories
November 23, 2024