
ମାଲକାନଗିରି,ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟ ଦନ୍ତେବାଡ଼ା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କ ନିକଟରେ ଗତ ୧୯ ଫେବୃଆରୀ ରେ ମାଓବାଦୀ ଙ୍କ ସିଏନଏନ ସଦସ୍ୟ ମହିଳା ମାଓବାଦୀ ପାଣ୍ଡ୍ରି କବାସୀ (୨ ୨ )ମାଓ କାର୍ଯ୍ୟକଳାପରେ ଅତିଷ୍ଠ ହୋଇ ଆତ୍ମସମର୍ପଣ କରିଥିଲା! ଆତ୍ମସମର୍ପଣ କରିବାର ପରେ ତାକୁ ପୂର୍ବରୁ ଆତ୍ମସମର୍ପଣ କରି ଥିବା ଅନ୍ୟ ୩ ଜଣ ମହିଳା ମାଓବାଦୀ ଙ୍କ ସହ ଡ଼ିଆ ରଜି ମହିଳା ଗେଷ୍ଟ ହାଉସ ରେ ରଖାଯାଇଥିଲା!ହେଲେ ଆତ୍ମସମର୍ପଣ କରିବାର ଚାରି ଦିନ ପରେ ଆଜି ସକାଳୁ ଗାଧୋଇବାକୁ ଯାଇ ବେକରେ ଓଢ଼ଣୀ ଦେଇ ଆତ୍ମହତ୍ୟା କରିଥିଲା!ଗାଧୋଇବାକୁ ଯାଇ ବହୁ ସମୟ ପର୍ଯ୍ୟନ୍ତ କବାଟ ନଖୋଲି ବାରୁ ସେଠାରେ ଥିବା ମହିଳା ପୋଲିସ କବାଟ ଭାଙ୍ଗି ଦେଇଥିଲେ!ପରେ ତାକୁ ତଳକୁ ଓହ୍ଲାଇ ମେଡିକାଲ ନେଇଥିଲେ ପୋଷ୍ଟମର୍ଟମ ପାଇଁ!କେଉଁ ପରିସ୍ଥିତିରେ ସେ ଆତ୍ମସମର୍ପଣ କଲା ତାହାର ତଦନ୍ତ ଚାଲିଥିବା ଜଣାପଡିଛି!