
ସମ୍ବଲପୁର,ହାତୀ ଆକ୍ରମଣରେ ମାଆ ପୁଅଙ୍କ ମୃତ୍ୟୁ ଘଟିଛି । ଘଟଣାରେ ବାପା ଗୁରୁତର ଭାବେ ଆହତ ହୋଇଛନ୍ତି । ହାତୀ ଆକ୍ରମଣରେ ଗୁରୁତର ବାପାକୁ ନିକଟସ୍ଥ ମେଡ଼ିକାଲରେ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ନିମନ୍ତେ ବୁର୍ଲା ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଜିଲ୍ଲାର ଜମନକିରା ବ୍ଲକ୍ ଭୋଜପୁର ରେଞ୍ଜ୍ ଅନ୍ତର୍ଗତ ଗଡ଼ାକୁନା ଗ୍ରାମ ଅଖରାଦାନ ପଡ଼ାରେ ଗତକାଲି ବିଳମ୍ବିତ ରାତିରେ ଘଟିଯାଇଛି ଏଭଳି ଏକ ଅଘଟଣ ।
ଏମାନେ ସମସ୍ତେ ଇଟାଭାଟିରେ ଶ୍ରମିକ ଭାବେ କାର୍ଯ୍ୟ କରନ୍ତି । ଇଟାଭାଟି ନିକଟରେ ଥିବା ଏକ କୁଡ଼ିଆରେ ଏମାନେ ରୁହନ୍ତି । ରାତ୍ରିଭୋଜନ ପରେ ପରିବାରର ସମସ୍ତ ସଦସ୍ୟ ଶୋଇଯାଇଥିବା ବେଳେ ବିଳମ୍ବିତ ରାତିରେ ହାତୀଟି ସେମାନଙ୍କୁ ଦଳି ଦେଇଥିଲା । ଫଳରେ ଘଟଣାସ୍ଥଳରେ ମାଆ ପୁଅଙ୍କ ମୃତ୍ୟୁ ଘଟିଥିଲା । ବାପା ଗୁରୁତର ଭାବେ ହୋଇଥିଲେ । ମୃତାହତ ମାନଙ୍କ ସମ୍ପୂର୍ଣ୍ଣ ପରିଚୟ ମିଳିପାରିନାହିଁ । ଖବର ପାଇ ଜମନକିରା ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ଛାନଭିନ୍ ଜାରୀ ରଖିଛି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO