
ଧର୍ମଶାଳା, ଡ଼ୁବୁରୀ-ପାରାଦ୍ୱୀପ ୫୩ ନଂ ଜାତୀୟ ରାଜପଥର ଚଣ୍ଡିଖୋଲ ସନ୍ନିକଟ ସୁଭଦ୍ରାପୁର ରେଲୱେ କ୍ରସିଂ ନିକଟରେ ଆଜି ପୂର୍ବାହ୍ନରେ ଏକ ଯାତ୍ରୀବାହି ଅଟୋ ଓ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଉଭୟ ବାଇକ୍ ଆରୋହୀ ଓ ଅଟୋ ଚାଳକ ଗୁରୁତର ଭାବେ ଆହତ ହୋଇଛନ୍ତି । ଉଭୟଙ୍କୁ ଚିକିତ୍ସା ନିମନ୍ତେ ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଛି । ଚଣ୍ଡିଖୋଲ ପୋଲିସ ସେଠାରେ ପହଂଚି ଦୁର୍ଘଟଣାଗ୍ରସ୍ତ ଗାଡ଼ି ଦୁଇଟିକୁ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।
ସୂଚନା ଅନୁଯାୟୀ, ଚଣ୍ଡିଖୋଲ ପଟୁ ଏହି ଅଟୋ ନଂ ଓଆର୦୪ଏନ- ୭୮୧୪ ମହାବିନାୟକ ମନ୍ଦିର ରୋଡ଼ରେ ଯିବା ସମୟରେ ବିପରୀତ ଦିଗରୁ ଆସୁଥିବା ବାଇକ୍ କୁ ଧକ୍କା ଦେଇଥିଲା ।