
ଭୁବନେଶ୍ୱର, କରୋନା ସଂକ୍ରମଣ ମାମଲା ବିଭିନ୍ନ ରାଜ୍ୟରେ ବଢୁଥିବାରୁ ବିଏମସି ଏହାକୁ ନେଇ ସଜାଗ ରହିଛି । ତେଣୁ ଭୁବନେଶ୍ୱର ବିମାନବନ୍ଦରରେ ଏକ ଟେଷ୍ଟିଂ କେନ୍ଦ୍ର ବିଏମସି କରିବ । ଏଠାରେ ଯାତ୍ରୀଙ୍କର ସ୍କ୍ରିନିଂ କରାଯିବ, ମାତ୍ର କରୋନା ଟେଷ୍ଟିଂ ବାଧ୍ୟତାମୂଳକ ନୁହେଁ । ସ୍କ୍ରିନିଂ ସମୟରେ ଯଦି କିଛି ଲକ୍ଷଣ ଦେଖାଯାଏ, ତେବେ ସେମାନଙ୍କର ଟେଷ୍ଟିଂ ବାଧ୍ୟତାମୂଳକ କରାଯିବ ବୋଲି ଜଣା ପଡିଛି । ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି ଯେ ବର୍ତମାନ ସୁଦ୍ଧା ରାଜ୍ୟରେ ପଜିଟିଭ ସଂଖ୍ୟାରେ ବିଶେଷ ବୃଦ୍ଧି ହୋଇନାହିାଁ ସେମିତି କିଛି ଅସ୍ଥିରତା ଦେଖାଯାଇନାହିଁ । ଏବେ ସତର୍କତା ପଦକ୍ଷେପ ନିଆଯାଉଛି, ଏନ୍େଫାର୍ସମେଂଟ କାର୍ଯ୍ୟକ୍ରମକୁ ବୃଦ୍ଧି କରାଯାଇଛି ଏବଂ ଆକ୍ରାନ୍ତମାନଙ୍କର ପୂର୍ବଭଳି କଂଟାକ୍ଟ ଟ୍ରେସିଙ୍ଗ, ଡିଟେଲ କଂଟାକ୍ଟ ଟ୍ରେସିଙ୍ଗ କାଲିଠାରୁ କରାଯାଉଛି । ଟେଷ୍ଟିଂ ସଂଖ୍ୟା ବଢ଼ାଇବା ପାଇଁ ଚେଷ୍ଟା ଜାରି ରହିଛି, ଯେଉଁ ଅଂଚଳରୁ ଅଧିକ ପଜିଟିଭ ବାହାରୁଛନ୍ତି ସେ ଅଂଚଳରେ ଅଧିକ ସଂଖ୍ୟାରେ ଟେଷ୍ଟିଂ କରିବାକୁ ଚେଷ୍ଟା ଚାଲିଛି । ଆମେ ସବୁ ଉପରେ ନଜର ରଖିଛୁ, ପୂର୍ବ ପରି ଆମର ବିଭିନ୍ନ କେନ୍ଦ୍ରରେ ଟେଷ୍ଟିଂ ଜାରି ରହିଥିବା ସେ କହିଛନ୍ତି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO